Home Coronavirus Outbreak ବଦଳିଲା ଟୀକାକରଣ ନିୟମ: ଜାଣନ୍ତୁ କିଏ କେତେଦିନ ପରେ ନେବେ ଟୀକା – କୋଭିଡ ସଂକ୍ରମଣରୁ...

ବଦଳିଲା ଟୀକାକରଣ ନିୟମ: ଜାଣନ୍ତୁ କିଏ କେତେଦିନ ପରେ ନେବେ ଟୀକା – କୋଭିଡ ସଂକ୍ରମଣରୁ ସୁସ୍ଥ ହେବାର କେତେ ମାସ ପରେ ନେଇପାରିବେ ଟୀକା?

132

ନୂଆ ଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) COVID-୧୯ ପାଇଁ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଦ୍ୱାରା କରାଯାଇଥିବା ନୂତନ ସୁପାରିଶକୁ ସରକାର ବୁଧବାର ଗ୍ରହଣ କରିଛନ୍ତି।

ପରାମର୍ଶ ଅନୁଯାୟୀ, କରୋନା ରୋଗରୁ ସୁସ୍ଥ ହେବାର ତିନି ମାସ ମଧ୍ୟରେ COVID-୧୯ ଟୀକାକରଣ ସ୍ଥଗିତ କରାଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଯଦି ପ୍ରଥମ ଡୋଜ୍ ପରେ ସଂକ୍ରମିତ ହୁଅନ୍ତି, ଦ୍ୱିତୀୟ ଡୋଜ୍ COVID-୧୯ ରୁ ସୁସ୍ଥ ହେବାର ତିନିମାସ ପରେ ନେଇପାରିବେ ଟୀକା।

ଡାକ୍ତରଖାନା କିମ୍ବା ଆଇସିୟୁରେ ରହିଥିବା ଅନ୍ୟ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ଟିକା ପାଇବା ପୂର୍ବରୁ ୪-୮ ସପ୍ତାହ ଅପେକ୍ଷା କରିବେ ବୋଲି ମନ୍ତ୍ରଣାଳୟ କହିଛି।

ଜଣେ ବ୍ୟକ୍ତି ଟିକା ଗ୍ରହଣ କରିବା କିମ୍ବା COVID ରେ ପୀଡିତ ହୋଇଥିଲେ RT-PCR ଟେଷ୍ଟ କରି ରିପୋର୍ଟ ନେଗେଟିଭ୍ ଆସିବାର ୧୪ ଦିନ ପରେ ପରେ ରକ୍ତ ଦାନ କରିପାରିବେ।

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟୀକାକରଣ ସୁପାରିଶ କରାଯାଇଛି।

ଟୀକାକରଣ ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଟିକା ଗ୍ରହଣକାରୀଙ୍କ ସ୍କ୍ରିନିଂର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.