Home Coronavirus Outbreak କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା- ବର୍ତ୍ତମାନସୁଦ୍ଧା ୬୭, ୧୫୨ ସଂକ୍ରମିତ – ୨୪ ଘଣ୍ଟା ମଧ୍ୟରେ...

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା- ବର୍ତ୍ତମାନସୁଦ୍ଧା ୬୭, ୧୫୨ ସଂକ୍ରମିତ – ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୨୧୩ ଜଣ ସଂକ୍ରମିତ ଆରୋଗ୍ୟ : ଆରୋଗ୍ୟ ହାର ୩୧.୧୫%

214

ନୂଆଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଏବେ ସୁଦ୍ଧା ଦେଶରେ ୨୦, ୯୧୭ ଜଣ କୋଭିଡ-୧୯ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଯାହାଫଳରେ ଦେଶରେ ଆରୋଗ୍ୟ ହାର ୩୧.୧୫%ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭, ୧୫୨ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୨୧୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ବିଭିନ୍ନ ଚିକିତ୍ସା ପେସାଦାରଙ୍କ କାର୍ଯ୍ୟକୁ ପ୍ରଶଂସା କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି ଯେ କୋଭିଡ-୧୯ ମୁକାବିଲାରେ ଦେଶର ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି ତା’କୁ ନେଇ ଦେଶ ସେମାନଙ୍କ ଉପରେ ଗର୍ବିତ। ବିଶେଷ କରି ଗତ ୩ ମାସରେ ସେମାନେ ଅତୁଳନୀୟ ସେବାର ପ୍ରଦର୍ଶନ କରିଛନ୍ତି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବାଛବିଚାର କରାଯିବା ଅନୁଚିତ କିମ୍ବା ସେମାନଙ୍କୁ ଟାର୍ଗେଟ କରାଯିବା ଉଚିତ ନୁହେଁ; ବରଂ ସେମାନଙ୍କ କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯିବା ଉଚିତ। ସେ କହିଥିଲେ ଯେ କୋଭିଡ-୧୯ ବିରୋଧରେ ଲଢ଼େଇ ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ସମ୍ମାନ, ସହଯୋଗ ଏବଂ ସହାୟତା ପାଇବାର ହକଦାର।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ ପାଇଁ ଆଜି ଜିଲ୍ଲାସ୍ତରୀୟ ସୁବିଧା ଆଧାରିତ ନିରୀକ୍ଷଣ ସୁବିଧା ନିମନ୍ତେ ଦିଶାନିର୍ଦ୍ଦେଶ ଜାରି କରାଯାଇଛି। ଏହା https://www.mohfw.gov.in/pdf/DistrictlevelFacilitybasedsurveillanceforCOVID19.pdf ରେ ଉପଲବ୍ଧ।

କୋଭିଡ-୧୯ ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି [email protected]ରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov୨୦୧୯@gov.inରେ ଇମେଲ କରନ୍ତୁ କିମ୍ବା @CovidIndiaSeva ରେ ଟୁଇଟ କରନ୍ତୁ।

କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.