Home Coronavirus Outbreak କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା : ଆରୋଗ୍ୟ ହାର ୪୭.୭୬%କୁ ବୃଦ୍ଧି

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା : ଆରୋଗ୍ୟ ହାର ୪୭.୭୬%କୁ ବୃଦ୍ଧି

271

ନୂଆଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ନିରୋଧ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଅନେକ ପଦକ୍ଷେପ ନେଉଛନ୍ତି। ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ ମଧ୍ୟ କରାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ୪, ୬୧୪ ରୋଗୀ ସୁସ୍ଥ ହେଲେଣି। ମୋଟ ୮୬, ୯୮୩ ଲୋକ ଆରୋଗ୍ୟ ହୋଇସାରିଛନ୍ତି। ବର୍ତ୍ତମାନ ଆରୋଗ୍ୟ ହାର ୪୭.୭୬%ରେ ପହଞ୍ଚିଛି। ଆଜି ସୁଦ୍ଧା ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଥିବା ମାମଲା ସଂଖ୍ୟା ୮୯, ୯୯୫।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.