ad
ଓଡ଼ିଶା

ହାତରସ୍ କାଣ୍ଡ : ଉମା ଭାରତୀ ଯୋଗୀଙ୍କୁ ଦେଲେ ଉପଦେଶ : କହିଲେ, ପୋଲିସର ସନ୍ଦେହପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କର ଏବଂ ବିଜେପିର ଛବି ଖରାପ ହେଉଛି

Image Credit - keralakaumudi.com

ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ବିଜେପିର ବରିଷ୍ଠ ନେତା ଉମା ଭାରତୀ ହାତରସ୍ ରେ ଜଣେ ମହିଳାକୁ ବଳାତ୍କାର ଓ ହତ୍ୟା ସମ୍ପର୍କୀତ ୟୁପି ପୋଲିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶୁକ୍ରବାର ଦିନ ହାତରସ୍ ଘଟଣାରେ ଉମା ଭାରତ ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଛନ୍ତି।

ଉମା ଭାରତୀ ଏହି ଟ୍ୱିଟ୍ ଜରିଆରେ ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ସହ ପୀଡିତାଙ୍କ ପରିବାରକୁ ଘେରି ରହିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଉମା ଭାରତୀ ଯୋଗୀ ସରକାରଙ୍କୁ ପୀଡିତାଙ୍କ ପରିବାରକୁ ବିରୋଧୀଦଳ ନେତା ତଥା ଗଣମାଧ୍ୟମକୁ ଭେଟିବାକୁ ଦିଆଯାଉ ବୋଲି କହିଛନ୍ତି।

“ଆମେ ରାମ ରାଜଙ୍କୁ ଦାବି କରିଛୁ” ବୋଲି ସେ କହିଛନ୍ତି।

ଉମା ଭାରତୀ ତାଙ୍କର ଏକ ଟ୍ୱିଟରେ କହିଛନ୍ତି ଯେ, “ଯଦି ମୁଁ କରୋନା ପଜିଟିଭ୍ ନଥା’ନ୍ତି, ତେବେ ମୁଁ ଆଜି ସେହି ପରିବାର ସହିତ ବସିଥାନ୍ତି। ଗଣମାଧ୍ୟମ ଏବଂ ବିରୋଧୀ ଦଳର ନେତାଙ୍କୁ ପୀଡିତାଙ୍କ ପରିବାରକୁ ଭେଟିବାକୁ ସେ ସିଏମ ଯୋଗୀଙ୍କୁ ଅନୁରୋଧ କରିଛନ୍ତି। ଆମେ ରାମ ରାଜ୍ୟ ଦାବି କରିଥିଲୁ। ରାମ ମନ୍ଦିରର ମୂଳଦୁଆ ମଧ୍ୟ ରଖିଛୁ।”

“ପୀଡିତା ପରିବାରର ଅବରୋଧ ବିଭିନ୍ନ ଆଶଙ୍କା ସୃଷ୍ଟି କରୁଛି” ବୋଲି ସେ କହିଛନ୍ତି।

ଉମା ଭାରତୀ ଟ୍ୱିଟରେ ଲେଖିଛନ୍ତି, “ସମ୍ମାନିତ ଯୋଗୀ ଜୀ, ଆପଣ ଜାଣିଥିବେ, ମୁଁ ଋଷିକେଶ AIIMS ରେ ଭର୍ତ୍ତି ହୋଇଛି। ଆଜି ମୋର ସପ୍ତମ ଦିନ ତେଣୁ ମୁଁ ଅଯୋଧ୍ୟା ମାମଲାରେ ସିବିଆଇ କୋର୍ଟରେ ପହଞ୍ଚି ପାରିନଥିଲି। ମୁଁ କାହାକୁ ଭେଟି ପାରିବି ନାହିଁ, କଲ୍ କରିପାରିବି ନାହିଁ, କିନ୍ତୁ ସେଠାରେ ଏକ ଟିଭି ଅଛି ଯେଉଁଥିରୁ ମୁଁ ଖବର ପାଇଛି। ମୁଁ ହାତରସ୍ ର ଘଟଣା ଦେଖିଥିଲି, ପ୍ରଥମେ ଭାବିଲି ଯେ ମୁଁ କହିବା ଉଚିତ୍ ନୁହେଁ କାରଣ ମୁଁ ଭାବିଲି ତୁମେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅବରୋଧ ଦ୍ୱାରା ବିଭିନ୍ନ ଆଶଙ୍କା ସୃଷ୍ଟି ହେଉଛି। ତେଣୁ ଏସଆଇଟିର ତଦନ୍ତ ସନ୍ଦେହ ଘେରକୁ ଆସିବ।”

ଅନ୍ୟ ଏକ ଟ୍ୱିଟରେ ଉମା ଭାରତୀ କହିଛନ୍ତି, “ସେ ଜଣେ ଦଲିତ ପରିବାରର ଝିଅ ଥିଲେ। ଶୀଘ୍ର ପୋଲିସ ତାଙ୍କର ଅନ୍ତେଷ୍ଟି କରିଥିଲା ଏବଂ ପରିବାର ଓ ଗ୍ରାମକୁ ପୋଲିସ ଘେରାବନ୍ଦୀ କରିଛି। ମୋ ଜ୍ଞାନ ଅନୁଯାୟୀ SIT ର ଏପରି ନିୟମ ନାହିଁ। ଅନୁସନ୍ଧାନରେ ପରିବାର କାହାକୁ ଭେଟିପାରିବେ ନାହିଁ ବୋଲି। ଏହାଦ୍ୱାରା ଏସଆଇଟି ତଦନ୍ତ ଉପରେ ସନ୍ଦେହ ସୃଷ୍ଟି କରିବ। ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ୟୁପି ସରକାର ଏବଂ ବିଜେପିର ଛବି ଖରାପ ହେଉଛି।”

ଉମା ଭାରତୀ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି ଯେ, “ମୁଁ ନିଶ୍ଚିତ ଭାବରେ ହାତରସ୍ ର ସେହି ଦୁଃଖୀ ପରିବାରକୁ ଭେଟିବି”।

ଉମା ଭାରତୀ କହିଛନ୍ତି, “ଆପଣ ସ୍ୱଚ୍ଛ ଶାସକ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଗଣମାଧ୍ୟମ ବ୍ୟକ୍ତି ଏବଂ ଅନ୍ୟ ରାଜନୈତିକ ଦଳର ଲୋକଙ୍କୁ ପୀଡ଼ିତ ପରିବାର ସହ ଭେଟିବାକୁ ଦିଅନ୍ତୁ।”

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top