Home ଓଡ଼ିଶା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକଟ କଲେ ୟୁପିର ଡେପୁଟି ସିଏମ୍

ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକଟ କଲେ ୟୁପିର ଡେପୁଟି ସିଏମ୍

207

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ଉତ୍ତରପ୍ରଦେଶର ଉପ- ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ। ସେ ଟ୍ୱିଟ୍ କରିଛନ୍ତି, “ବଜରଙ୍ଗ ଦଳର ପୂର୍ବ ରାଷ୍ଟ୍ରୀୟ ସଂଯୋଜକ ସୁବାସ ଜୀ ଚୌହାନଙ୍କ ନିଧନର ଦୁଃଖଦ ସୂଚନା ପ୍ରାପ୍ତ ହେଲା। ଦିବ୍ୟଂଗତ ଆତ୍ମାକୁ ଶାନ୍ତି ତଥା ପରିବାର ପରିଜନ ଏବଂ ସମର୍ଥକମାନଙ୍କୁ ଏହି ଦୁଃଖ ସହନ କରିବାର ଶକ୍ତି ଦିଅନ୍ତୁ ବୋଲି ମୋର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ॐ ଶାନ୍ତି ॐ।”

ସୂଚନାଯୋଗ୍ୟ ଯେ ୧୦ ତାରିଖ (ରବିବାର), ଆଜି ସକାଳ ୩:୦୫ ସମୟରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୁବାସ ଚୌହାନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ତେବେ, ଗତ ୫ ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। /-ଦେବଦତ୍ତ ରଥ

ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକଟ କଲେ ନବୀନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.