Home Top News ପୀୟୁଷ ଗୋୟଲ ରାଜ୍ୟସଭାରେ ସଂସଦୀୟଦଳର ନେତା ନିଯୁକ୍ତ

ପୀୟୁଷ ଗୋୟଲ ରାଜ୍ୟସଭାରେ ସଂସଦୀୟଦଳର ନେତା ନିଯୁକ୍ତ

71

ନୂଆଦିଲ୍ଲୀ ଜୁଲାଇ ୧୪, (ଓଡିଆ ପୁଅ) କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ଦିନ ରାଜ୍ୟସଭାରେ ସଂସଦୀୟଦଳର ନେତା ଭାବରେ ନିଯୁକ୍ତ କରାଯାଇଛି।

ଜୁଲାଇ ୧୯ ରୁ ଆସନ୍ତା ମୌସୁମୀ ଅଧିବେଶନରେ ପୀୟୁଷ ଗୋୟଲ, କର୍ଣ୍ଣାଟକର ରାଜ୍ୟପାଳ ଭାବରେ ନିଯୁକ୍ତ ଥାୱରଚାନ୍ଦ ଗେହଲୋତଙ୍କ ସ୍ଥାନ ନେବେ।

ଏହାପୂର୍ବରୁ ଯେତେବେଳେ ଗେହଲୋତ ଗୃହର ନେତା ଥିଲେ, ଗୋୟଲ ରାଜ୍ୟସଭାରେ ଗୃହର ଡେପୁଟି ଲିଡର ଭାବରେ କାର୍ଯ୍ୟ କରିଥିଲେ।

ମହାରାଷ୍ଟ୍ରରୁ ରାଜ୍ୟସଭା ସଦସ୍ୟ ଗୋୟଲ ପ୍ରଥମେ ଅଗଷ୍ଟ ୨୦୧୦ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଗୋୟଲ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ, ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ, ଏବଂ ସାଧାରଣ ବଣ୍ଟନ ଏବଂ ବୟନ ବିଭାଗର ଦାୟୀତ୍ତ୍ୱ ବହନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.