Home ଓଡ଼ିଶା ଅମାନିଆ ଗାଡି ଚାଳକ ବିପଦ ଶଙ୍କୁଳ ସେତୁ ଲୁହା ଫାଟକ ଭାଙ୍ଗିବା ନେଇ ଥାନାରେ ଅଭିଯୋଗ

ଅମାନିଆ ଗାଡି ଚାଳକ ବିପଦ ଶଙ୍କୁଳ ସେତୁ ଲୁହା ଫାଟକ ଭାଙ୍ଗିବା ନେଇ ଥାନାରେ ଅଭିଯୋଗ

61

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୭- ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ପୁର୍ତ୍ତ ବିଭାଗ ରାଜ ସୁନାଖଳା ରାସ୍ତା ରେ ଥିବା ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ଲୁହା ଫାଟକ ଭାଙ୍ଗିବା ନେଇ ରଣପୁର ଥାନା ରେ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଦୀର୍ଘ ୪୦ ବର୍ଷ ତଳେ ରଣପୁର ରାଜ ସୁନାଖଳା ରାସ୍ତା ଚମ୍ପତିପୁର ଛକ ଠାରେ ଥିବା ମନ୍ଦାକିନୀ ନଦୀ ଉପରେ କାଠ ପୋଲ ଉଠାଇ ସେତୁ ନିର୍ମାଣ କରାଯାଇଥିଲା । ଉକ୍ତ ସେତୁ ବିପଦ ଶଙ୍କୁଳ ହୋଇପଡିବା ପରେ ଏ ସର୍ମ୍ପକେ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଗତ ୨୦୨୦ ଡିସେମ୍ବର ମାସ ନୟାଗଡ ଜିଲ୍ଲା ପରିଷଦ ବୈଠକ ରେ ମନ୍ଦାକିନୀ ସେତୁ ବିପଦ ଶଙ୍କୁଳ ନେଇ ଆଲୋଚନା ହୋଇଥିଲା । ଯାହାଫଳ ରେ ନୟାଗଡ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ପୁର୍ତ୍ତ ବିଭାଗ ମନ୍ଦାକିନୀ ସେତୁ କୁ ବିପଦ ଶଙ୍କୁଳ ଘୋଷଣା କରିଥିଲେ । ପୁର୍ତ୍ତ ବିଭାଗ ତରଫରୁ ସେତୁ ର ଉଭୟ ପାର୍ଶ ରେ ଭାରିଯାନ ନଯିବା ପାଇଁ ସୂଚନା ଫଳକ ମରାଯିବା ସହ ୨ ଗୋଟି ଲୁହା ଫାଟକ କରାଯାଇଥିଲା ।

ଯାହାଫଳ ରେ ସେତୁ ଉପର ଦେଇ ଭାରିଯାନ ଯାତାୟତ ଠପ୍ ହୋଇଯାଇଥିଲା । ସେହିଦିନ ଠାରୁ ଭାରିଯାନ ଗୁଡିକ ବ୍ରଜରାଜପୁର ଗ୍ରାମ ଉନ୍ନୟନ ରାସ୍ତା ଦେଇ ରଣପୁର କାରାଗାର ଛକ ରେ ବାହାରି ଯାତାୟାତ କରୁଥିଲା । ବାଟରେ ଏକ ନଳାପୋଲ ଧସିବା ଯୋଗୁଁ ଟ୍ରକ ଓଲଟି ପଡିଥିଲା  । ଉଭୟ ପଟେ ରଣପୁର କୁ ପଣ୍ୟବାହୀ ଭାରିଯାନ ଯାତାୟତ ଠପ୍ ହୋଇ ଯାଇଥିଲା । ତେଣୁ ୧୩ ତାରିଖ ବିଳମ୍ବିତ ରାତ୍ରୀ ରେ ଅମାନିଆ ଭାରିଯାନ ଚାଳକ ମନ୍ଦାକିନୀ ସେତୁ ଉଭୟ ପାଶ୍ୱର୍ ରେ ଥିବା ଲୁହା ଫାଟକ କୁ ଭାଙ୍ଗି ଦେଇଥିବା ଜଣାପଡିଛି । ଯାହାଫଳ ରେ ଲୁହାପଥର ବୋଝେଇ ଭାରିଯାନ ଠାରୁ ଆରମ୍ଭ କରି ବାଲି ବୋଝେଇ ହାଇୱା ଗାଡି ଗୁଡିକ ସେହି ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ଦେଇ ଯାତାୟତ କରୁଥିବା ଜଣାପଡିଛି । ଯେ କୈାଣସି ମୁହୁର୍ତ୍ତ ରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ଏ ସର୍ମ୍ପକେ ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ ଲୁହା ଫାଟକ ଭାଙ୍ଗିବା ସର୍ମ୍ପକେ ଜିଲ୍ଲା ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଜଣାଇବା ସହ ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଅଛୁ । ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ନିର୍ଦେଶ ପାଇଲା ପରେ ପରବର୍ତ୍ତି କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.