Home କୋରାପୁଟ ହାତୀମୁଣ୍ଡା ଗୋଷ୍ଠୀ ସଂଘର୍ଷରେ ଆଉ ଜଣେ  ମୃତ

ହାତୀମୁଣ୍ଡା ଗୋଷ୍ଠୀ ସଂଘର୍ଷରେ ଆଉ ଜଣେ  ମୃତ

26

କୋରାପୁଟ ୧୪-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର  ଦଶମନ୍ତପୁର ଥାନା ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ  ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ହେଉଥିବା ସେନାପତି ଜାନୀ(୫୫)ଙ୍କର ମଙ୍ଗଳବାର  ରାତିରେ  ମୃତ୍ୟୁ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ବିଜୟରାଜ ମାଝି ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତ ଶନିବାର ବିଳମ୍ବିତ ରାତିରେ ହାତୀମୁଣ୍ଡାରେ ଜମି ବିବାଦକୁ ନେଇ ଗୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାରୁ ଘଟଣା ସ୍ଥଳରେ ଧନପତି ଜାନୀ ଓ ସହଦେବ ଜାନୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୭ଜଣ ଆହତ ହୋଇଥିବାବେଳେ ସେନାପତି ଜାନୀ ଏବଂ  ଧନେଶ୍ୱର ଜାନୀ ଗୁରୁତର ଥିବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ ।  ମଙ୍ଗଳବାର ରାତିରେ ସେନାପତି ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁବରଣ କରିଥିଲେ । ଘଟଣାରେ ପୋଲିସ କୁମ୍ବେ ପରଜା(୪୫),ବାସନା ଜାନୀ(୧୮),ଲଚ୍ଛନ ପରଜା(୧୮),ଅଂଜି ଜାନୀ(୩୦) ଓ ମକରା ଜାନୀ(୨୫)କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.