Home ଓଡ଼ିଶା କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହରଶିମ୍ରତ କୌର ବାଦଲ – କୃଷି ଅଧ୍ୟାଦେଶ ବିରୋଧ କରି...

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହରଶିମ୍ରତ କୌର ବାଦଲ – କୃଷି ଅଧ୍ୟାଦେଶ ବିରୋଧ କରି ଦେଲେ ଇସ୍ତଫା

275

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରେ ବିଜେପିର ସ୍ୱତନ୍ତ୍ର ସହଯୋଗୀ ଅକାଳୀ ଦଳ କୋଟାରୁ ମନ୍ତ୍ରୀ ହରଶିମ୍ରତ କୌର ବାଦଲ କେନ୍ଦ୍ରର କୃଷି ଅଧ୍ୟାଦେଶକୁ ନେଇ ଇସ୍ତଫା ଦେବେ।

ସୂଚନାଯୋଗ୍ୟଯେ, ପଞ୍ଜାବର ଚାଷୀଙ୍କ ମଧ୍ୟରେ କୃଷକମାନଙ୍କ ସହ ଜଡିତ ତିନୋଟି ଫାର୍ମ ସେକ୍ଟର ବିଲ୍‌ କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି।

କେନ୍ଦ୍ରର ଏନଡିଏ ସରକାରରେ ସହଯୋଗୀ ଅକାଳୀ ଦଳ ଏହାର ସାଂସଦମାନଙ୍କୁ ଏକ ହ୍ୱିପ ଜାରୀ କରି କରି ସଂସଦର ମୌସୁମୀ ଅଧିବେଶନରେ ଆସୁଥିବା ଏହି ବିଲ୍ ବିରୋଧରେ ଭୋଟ୍ ଦେବାକୁ କହିଥିଲା।

ଏହି ଅଧ୍ୟାଦେଶକୁ କୃଷକ ବିରୋଧୀ ବୋଲି କହି ରାଜ୍ୟର କୃଷକମାନେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା ଅକାଳୀ ଦଳ।

କୃଷକମାନେ ସତର୍କତାର ସହ ଚେତାବନୀ ଦେଇଥିଲେ ଯେ, ପଞ୍ଜାବର କୌଣସି ସାଂସଦ ସଂସଦରେ ଏହି ଅଧ୍ୟାଦେଶକୁ ଯଦି ସମର୍ଥନ କରିବେ, ତେବେ ସେମାନଙ୍କୁ ଗ୍ରାମରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

କୃଷିଜାତ ସଂମ୍ବନ୍ଧିତ ତିନୋଟି ଅଧ୍ୟାଦେଶ ମଙ୍ଗଳବାର ଦିନ ଲୋକସଭା ଦ୍ୱାରା ପାରିତ ହୋଇଛି।

ପଞ୍ଜାବର ସମସ୍ତ କୃଷକମାନେ ଏହି ବିଲ୍ ବିରୋଧରେ ଆନ୍ଦୋଳନ କରିଥିଲେ ଏବଂ ଏହା ବିରୋଧରେ ରାସ୍ତା ଅବରୋଧ କରିଥିଲେ।

ଭାରତୀୟ କିସାନ ୟୁନିଅନର ସାଧାରଣ ସଚିବ ହରିନ୍ଦର ସିଂ ଏହି ବିଲକୁ ‘କରୋନା ଭୂତାଣୁ ଠାରୁ ଅଧିକ ଖରାପ’ ବୋଲି ବର୍ଣ୍ଣନା କରିଥିଲେ।

ସେ କହିଥିଲେ ଯେ, ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ କୃଷକ, ଏବଂ କୃଷି ଶ୍ରମିକମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ।

ଏହି ନିୟମକୁ ନେଇ ପଞ୍ଜାବର କୃଷକ, ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଅନେକ ସନ୍ଦେହ ରହିଛି ବୋଲି ଆଲୋଚନାରେ ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ କହିଥିଲେ। ସରକାର ଏହି ବିଲ୍ ଏବଂ ନିୟମାବଳୀ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.