Home ଜିଲ୍ଲା ପରିକ୍ରମା ମାଛଧରାକୁ ନେଇ ବାଇକ୍ ପୋଡି ଘଟଣା : ଥାନାରେ ମାମଲା ରୁଜୁ

ମାଛଧରାକୁ ନେଇ ବାଇକ୍ ପୋଡି ଘଟଣା : ଥାନାରେ ମାମଲା ରୁଜୁ

125

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଛଧରାକୁ ନେଇ ବାଇକ୍ ପୋଡି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ରୁଜୁ । ସୂଚନା ଅନୁଯାୟୀ ଗତ ୧୩ ତାରିଖରେ ବନ୍ତ ବ୍ଲକ୍ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ତଥା ଆଗରପଡା ଥାନା ଅଧୀନ ବୋଡକପାଟଣା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ ଓ ଅନାମ ସେଠୀଙ୍କ ମଧ୍ୟରେ କେନାଲରୁ ମାଛଧରିବା ନେଇ ଗଣ୍ଡଗୋଳ ହୋଇଥିଲା । ଅନାମ ସମସ୍ତଙ୍କ ସମ୍ମୁଖରେ ଲକ୍ଷ୍ମୀଧରଙ୍କୁ ଧମକ ଦେଇଥିଲେ । ଉକ୍ତ ରାଗରୁ ଲକ୍ଷ୍ମୀଧରଙ୍କ ଘର ସାମ୍ନାରେ ତାଙ୍କର ଓଡି-୨୨ଏଲ୍‌-୫୧୪୪ ନମ୍ବରର ହରୋହୋଣ୍ଡା ଗ୍ଲାମର ବାଇକ୍‌କୁ ପେଟ୍ରୋଲ ଢାଳି ପଡୋଶୀ ଦୁଇଜଣ ପୋଡି ଦେଇଥିବାର ଲକ୍ଷ୍ମୀଧରଙ୍କ ପୁଅ ଦେଖିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ । ଏଥିରେ ଲକ୍ଷ୍ମୀଧରଙ୍କ ଗୁହାଳ ଘର ଆଂଶିକ ପୋଡିଯାଇଥିଲା । ଖବର ପାଇ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ପରେ ଲକ୍ଷ୍ମୀଧର ସ୍ୱାଇଁଙ୍କ ପୁଅ ହେମନ୍ତ ସ୍ୱାଇଁଙ୍କ ଅଭିଯୋଗ ମୂଳେ ଆଗରପଡା ଥାନା ଅଧିକାରିଣୀ ସୁକାନ୍ତି କେରେଇ ଥାନା କେଶ୍ ନଂ ୧୦୧/୨୦ ଓ ଆଇପିସି ୧୮୬୦ ଧାରା ୪୩୬ / ୩୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.