Home ଜିଲ୍ଲା ପରିକ୍ରମା ଧାମନଗର ମୁକୁନ୍ଦଦେବ ମଣ୍ଡଳରେ ବିଜେପିର ବିଶାଳ ମିଶ୍ରଣ ପର୍ବ

ଧାମନଗର ମୁକୁନ୍ଦଦେବ ମଣ୍ଡଳରେ ବିଜେପିର ବିଶାଳ ମିଶ୍ରଣ ପର୍ବ

233

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଧାୟକ ତଥା ଓଡ଼ିଶାର ବିରୋଧୀ (ବିଜେପି) ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଉପସ୍ଥିତିରେ ଧାମନଗର ମୁକୁନ୍ଦଦେବ ମଣ୍ଡଳରେ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସୋହଡା, ଖଡିପଦା, ଦେହୁଡି ଆନନ୍ଦପୁର ପଂଚାୟତରୁ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ବିଧାୟକ ଶ୍ରୀ ସେଠୀ ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ ପୂର୍ବକ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ । ବିଧାୟକଙ୍କ ପକ୍ଷରୁ ସମସ୍ତ ନୂତନ କର୍ମୀମାନଙ୍କୁ ବିଜେପି ଉତ୍ତରୀୟ ଓ ଟୋପି ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମୁକୁନ୍ଦଦେବ ମଣ୍ଡଳର ସଭାପତି ଅରବିନ୍ଦ ପତିଙ୍କ ଉଦ୍ୟମ କ୍ରମେ ସୋହଡା ପଂଚାୟତର ଜଣେ ବଦାନ୍ୟ ବ୍ୟକ୍ତି ବୈଦ୍ୟନାଥ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ୫୧ ହଜାର ୫୫୦ ଟଙ୍କା ବିଧାୟକ ଶ୍ରୀ ସେଠୀଙ୍କ ଜରିଆରେ ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ । ଏଥିପାଇଁ ବିଧାୟକ ଶ୍ରୀ ସେଠୀ ଶ୍ରୀ ମିଶ୍ରଙ୍କୁ ଗୁଣ୍ଡୁଚି ମୂଷାର ପରିଶ୍ରମର ଧନ ସହିତ ତୁଳନା କରି ତାଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଏବଂ କରୋନା ସମୟରେ ତାଙ୍କର ଏଭଳି ଅବଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ସୂଚାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.