Home ଓଡ଼ିଶା ଐଶ୍ୱର୍ଯ୍ୟାଙ୍କ ‘ଫଲ୍ ଅଫ୍ ଲଭ୍’କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଐଶ୍ୱର୍ଯ୍ୟାଙ୍କ ‘ଫଲ୍ ଅଫ୍ ଲଭ୍’କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

69

ନୂଆଦିଲ୍ଲୀ: ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଲିଖିତ ‘ଫଲ୍ ଅଫ୍ ଲଭ୍’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଧର୍ମିଣୀ ମୃଦଳା ଠାକୂର, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ରାଷ୍ଟ୍ରୀୟ ସଂଯୋଜିକା ସୁଜାତା ସାବତ ପାଢ଼ୀ ଉପସ୍ଥିତ ଥିଲେ। ଦିଲ୍ଲୀଠାରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଯୋଗଦେବାକୁ ଯାଇଥିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନକୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରିବା ଅବସରରେ ଏହି ପୁସ୍ତକଟି ଉନ୍ମୋଚନ ହୋଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବନିଯୁକ୍ତ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ରାଷ୍ଟ୍ରୀୟ ସଂଯୋଜିକା ସୁଜାତା ସାବତ ପାଢ଼ୀଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.