Home କୋରାପୁଟ               କୋରାପୁଟ ଜିଲ୍ଲାରେ ୭୭ଜଣ କରୋନା ପଜିଟିଭ ଚିହ୍ନଟ

              କୋରାପୁଟ ଜିଲ୍ଲାରେ ୭୭ଜଣ କରୋନା ପଜିଟିଭ ଚିହ୍ନଟ

38

କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ  ୪୦ଜଣ ମହିଳାଙ୍କ ସମେତ   ୭୭ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୧୪୨ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୈାରାଂଂଚଳରୁ ୧୦,  ଜୟପୁର ପୌରାଂଚଳରୁ ୧୯,ସୁନାବେଡା ପୌରାଂଚଳରୁ  ୪  ଓ କୋଟପାଡ ଏନଏସିରୁ   ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି ବୈପାରିଗୁଡା ବ୍ଲକରୁ ୨,ଜୟପୁର ବ୍ଲକରୁ ୨  ଓ କୋରାପୁଟ ବ୍ଲକରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୮,କୁନ୍ଦୁରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୧,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୫ ଓ ସେମଲିଗୁଡା ବ୍ଲକରୁ ୩ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । ବନ୍ଧୁଗାଁ,ବୋରିଗୁମ୍ମା,ଦଶମନ୍ତପୁର,ଲକ୍ଷ୍ମୀପୁର ଏବଂ ନନ୍ଦପୁର  ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୧  ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୨୮୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୮୦୨ଟି ସକ୍ରୀୟ କେସ ରହିଥିବାବେଳେ  ଜିଲ୍ଲାରେ ଆଜି   ସୁଦ୍ଧା   କରୋନାରେ   ୫୮ଜଣଙ୍କ  ମୃତ୍ୟୁ  ହୋଇଥିବା ଜଣା ପଡିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.