Home ଓଡ଼ିଶା ଯୋଡା – ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ନୈତିକତା ମାସ’ ର ଶୁଭାରମ୍ଭ

ଯୋଡା – ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ନୈତିକତା ମାସ’ ର ଶୁଭାରମ୍ଭ

56

ଯୋଡା, ୦୧/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଜୁଲାଇ୧ ତାରିଖ ଦିନ ‘ନୈତିକତା ମାସ’ ପାଳନର ଶୁଭାରମ୍ଭ କରାଯାଇଛି । ଉତ୍ତରଦାୟିତ୍ୱ, ଏକତା, ଅଖଣ୍ଡତା, ଅଗ୍ରଣୀ ଓ ଉତ୍କର୍ଷତା ଭଳି ମୂଲ୍ୟବୋଧକୁ ସ୍ମରଣ କରିବା ପାଇଁ ଗୋଟିଏ ମାସ ଧରି ପାଳନ ହେବାକୁଥିବା ‘ନୈତିକତା ମାସ’ ର ଆଜି ଶୁଭାରମ୍ଭ କରାଯାଇଛି । ‘ସହାନୁଭୂତି ଓ ଦୟାଭାବନା ଦ୍ୱାରା ନମନୀୟତା” କୁ ଚଳିତ ବର୍ଷର ବିଷୟବସ୍ତୁ ଭାବେ ରଖାଯାଇଛି । କୋଭିଡ଼-୧୯ ପରିସ୍ଥିିତିକୁ ଦୃଷ୍ଟିରେ ରଖି, ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାରଙ୍କ ନେତୃତ୍ୱରେ ଏକ ଅନ୍‌ଲାଇନ ଅଧିବେସନରେ ଏହି ମାସିକିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅଧିବେସନରେ, କର୍ମଚାରୀମାନେ ନୈତିକତା ଶପଥ ମାଧ୍ୟମରେ କମ୍ପାନୀର ନୈତିକତା ମୂଲ୍ୟବୋଧ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି । ଖଣ୍ଡବନ୍ଧ, ଏଫ୍‌ଏପି ଯୋଡ଼ା ଓ ବିଚ୍ଛାକୁଣ୍ଡି ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସରେ ସମାନ ଭାବେ ଅନ୍‌ଲାଇନ୍ ଅଧିବେସନ ଆୟୋଜନକରାଯାଇଅଛି । ଏହି ମାସିକିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାର ଗତିବିଧିଗୁଡ଼ିକ ମଧ୍ୟରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରବନ୍ଧ ଲିଖନ ଓ ପ୍ରଚାର ପତ୍ର ପ୍ରସ୍ତୁତି ଭଳି ପ୍ରତିଯୋଗିତାର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମଗୁଡ଼ିକ ସହିତ କର୍ମଚାରୀମାନଙ୍କ ମଧ୍ୟରେ ନୈତିକତା ମୂଲ୍ୟବୋଧକୁ ଅଧିକ ସୁଦୃଢ କରିବା ପାଇଁ ଅନ୍‌ଲାଇନ୍ ସଚେତନତା ଅଧିବେସନ, ୱେବିନାର ଓ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରାଯିବ । ସମ୍ପ୍ରତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାଂଶ କାର୍ଯ୍ୟକ୍ରମଗୁଡ଼ିକ ଅନ୍‌ଲାଇନ୍ ଜରିଆରେ ଆୟୋଜିତ ହେବ । ଏଠାରେ ସୂଚନାଯୋଗ୍ୟ ଯେ, କର୍ମଚାରୀମାନଙ୍କ ମଧ୍ୟରେ ନୈତିକତା ସଂସ୍କୃତିକୁ ସୁଦୃଢ କରିବା ସହିତ ଟାଟା ମୂଲ୍ୟବୋଧକୁ ପୁନଃ ସଂସ୍ଥାପିତ କରିବା ପାଇଁ  ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ କମ୍ପାନୀର ସମସ୍ତ କାର୍ଯ୍ୟକ୍ଷେତ୍ରରେ ‘ନୈତିକତା ମାସ’ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.