Home Coronavirus Outbreak ବାଲିଗୁଡା: ଆମିଷ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ

ବାଲିଗୁଡା: ଆମିଷ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ

458

ବାଲିଗୁଡା, ୧୯/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକ ମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସେହିଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। କନ୍ଧମାଳ ଜିଲା ବାଲିଗୁଡା ସାପ୍ତାହିକ ହାଟର ଆମିଷ ଯଥା-ମାଛ, ମାଂସ ଓ ଶୁଖୁଆ ମାର୍କେଟରେ ଲୋକମାନେ ଯଥା ପୂର୍ବଂ ତଥା ପରଂ ଭଳି ଚିରାଚରିତ ଢଙ୍ଗରେ ମାଛ କିଣୁଥିବା ଦେଖାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯିବା ସହ ଲୋକ ମାନଙ୍କୁ ବାରମ୍ବାର ତାଗିଦ୍‌ କରାଯାଉଛି। ତଥାପି ଲୋକ ମାନେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି। ଫଳରେ ସରକାରଙ୍କର ସବୁ କଟକଣା ସତେ ଯେପରି ବେକାର ବୋଲି ମନେ ହେଉଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ପ୍ରବଳ ଦାବି ହେଉଛି।