Home Coronavirus Outbreak ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ – ମହାରାଷ୍ଟ୍ରର ଆକ୍ରାନ୍ତଙ୍କ ସଂଖ୍ୟା...

ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ – ମହାରାଷ୍ଟ୍ରର ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୬୩ କୁ ବୃଦ୍ଧି

176

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ ବାହାରିବା ପରେ ପୁନେରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୬୩ କୁ ବୃଦ୍ଧି ପାଇଛି। ଗୋଟିଏ ପଜିଟିଭ୍ କେସ୍ ଆୟାରଲ୍ୟାଣ୍ଡ ଯାତ୍ରା କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ବିଦେଶ ଭ୍ରମଣ ହିଷ୍ଟ୍ରୀନାହିଁ ବୋଲି ନାଭାଲ କେ ରାମ, ପୁନେ ଜିଲ୍ଲା ମାଜିଷ୍ଟ୍ରେଟ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ପ୍ରକାଶ କରିଛନ୍ତି।

ପୁନେ ଏବଂ ମୁମ୍ବାଇକୁ ଲକଡାଉନ୍ କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅଫିସ୍ ଏବଂ ଦୋକାନଗୁଡିକ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭାରତରେ COVID-୧୯ କାରଣରୁ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) COVID-19 ପରୀକ୍ଷଣ ପାଇଁ ନିର୍ଦ୍ଦେଶାବଳୀ ଜାରୀ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବାବେଳେ କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ରବିବାର ଦିନ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.