Home ଜିଲ୍ଲା ପରିକ୍ରମା ଆଶ୍ରମ ସ୍କୁଲର ହଷ୍ଟେଲ ଚଳିତ ମାସ ୨୬ ସୁଦ୍ଧା ଖାଲି କର :  ଜିଲ୍ଲାପାଳ 

ଆଶ୍ରମ ସ୍କୁଲର ହଷ୍ଟେଲ ଚଳିତ ମାସ ୨୬ ସୁଦ୍ଧା ଖାଲି କର :  ଜିଲ୍ଲାପାଳ 

210

ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ବିବିଧ ପଦକ୍ଷେପକୁ କାର୍ଯ୍ୟକାରୀ କରୁଚ୍ଥି ଜିଲ୍ଲା ପ୍ରଶାସନ ।  ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାରେ ସମାଜ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଅନୁସୂଚୀତ ଜାତି ଓ ଜନଜାତି ଆଶ୍ରମ ସ୍କୁଲର ସମସ୍ତ ହଷ୍ଟେଲ ଗୁଡିକୁ ଚଳିତ ମାସ ୨୫ ତାରିଖ ଠାରୁ ବନ୍ଦ ଘୋଷଣା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।  ଯେ ହେତୁ ହଷ୍ଟେଲ ମାନଙ୍କରେ ଅନେକ ପିଲା ରହୁଚ୍ଥନ୍ତି ଓ ସେମାନଙ୍କ ପିତା ମାତା ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହୁଚ୍ଥନ୍ତି, ସେଥିପାଇଁ ସରକାର ଏହି  ପଦକ୍ଷେପ ମାଧ୍ୟମରେ ପିଲାମାନେ ଘରକୁ ପେଂରିଯିବେ ବୋଲି ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି ।  ସେମାନେ ଘରକୁ ପେଂରିବା ପୂର୍ବରୁ ଆଗାମୀ ତିନି ମାସ ପାଇଁ ମେଣ୍ଟେନାନ୍ସ ଓ ପ୍ରି ମାଟ୍ରିକ ସ୍କଲାରସିପ୍ ବାବଦକୁ ବାଳକ ମାନଙ୍କ ପାଇଁ ୨୨୫୦  ଟଙ୍କା ଓ ବାଳିକା ମାନଙ୍କ କ୍ଷେତ୍ରରେ ୨୪୫୦ ଟଙ୍କା ଏକ କାଳୀନ ସେମାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯିବ ।  ଯାହା ପଂଳରେ ଘରେ ରହିଲେ ମଧ୍ୟ ସେମାନଙ୍କର ଖାଦ୍ୟ ପେୟ, ପରିଚ୍ଚ୍ଥନ୍ନତା ଇତ୍ୟାଦି କ୍ଷେତ୍ରକେ ବାଧା ସୃଷ୍ଟି ହେବ ନାହିଁ ।  ଅଭିଭାବକ ମାନେ ୨୫ ଓ ୨୬ ତାରିଖ ଦିନ ସେମାନଙ୍କ ପିଲା ମାନଙ୍କୁ ନେବା ବେଳେ ଏହି ପରିମାଣର ଅର୍ଥ ସଂପୃକ୍ତ ସ୍କୁଲରୁ ହିଁ  ସଂଗ୍ରହ କରିନେବେ ।  ସେହିପରି ଘରକୁ ଯାଊଥିବା ପିଲାମାନେ ବାହାରେ ବୁଲାବୁଲି , ଗହଳି ସ୍ଥାନକୁ ନ ଯିବା, ପରିଷ୍କାର ପରିଚ୍ଚ୍ଥନ୍ନ ରହିବାକୁ ପିତା ମାତାମାନେ ଯେପରି ଧ୍ୟାନ ଦେବେ ସେଥିପାଇଁ ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ସୂଚନା ଦେଇଚ୍ଥନ୍ତି ।  ଜିଲ୍ଲାରେ ୨୬ ଗୋଟି ଆଶ୍ରମ ସ୍କୁଲର ମୋଟ ୬୫୮୮ ଚ୍ଥାତ୍ର ଚ୍ଥାତ୍ରୀ ହଷ୍ଟେଲରୁ ନିଜ ଗୃହକୁ ପେଂରିବାକୁ ପରାମର୍ଶ ଦିଆଯାଇଚ୍ଥି ।  ଜିଲ୍ଲାପାଳଙ୍କ ଏହି ସୂଚନା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଅଭିଯାନର ସଂଯୋଜକ ବିଷ୍ଣୁ ଚରଣ ସୂତାର ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.