Home Coronavirus Outbreak ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ଭକ୍ତ

ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ଭକ୍ତ

222

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ଭୂତାଣୁ ଯେପରି କାୟା ବିସ୍ତାର କରିନପାରେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଧାଡିରେଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ ଗତକାଲି ଅର୍ଥାତ୍ ୨୦ ତାରିଖ ଶୁକ୍ରବାର ଠାରୁ କୌଣସି ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଉପରେ ରୋକ ଲଗାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କିସନ କୁମାର ଏନେଇ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। କେବଳ ମହାପ୍ରଭୁଙ୍କ ନୀତି କାନ୍ତି ପାଇଁ ସେବାୟତ ମାନେ ମନ୍ଦରି ଭିତରକୁ ଯାଇପାରିବେ। ଏହି ନୟମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.