Home Coronavirus Outbreak ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ମୃତ୍ୟୁ ଅନ୍ୟ କାରଣରୁ ଜଣେ ମୃତ

ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ମୃତ୍ୟୁ ଅନ୍ୟ କାରଣରୁ ଜଣେ ମୃତ

193

ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨ ଜଣଙ୍କ କରୋନା ନେଇଛି ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ କଟକର ଦୁଇ ଏହି ଦୁଇ କରୋନା ଆକ୍ରାନ୍ତଙ୍କର ମୃଥ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି। ଯିଏକ ପୂର୍ବରୁ ଡାଇବେଟିସ୍ ଓ କିଡନୀ ରୋଗରେ ପୀଡିତ ଥିଲେ।

ଅନ୍ୟ ଜଣେ ୫୩ ବର୍ଷିୟ ବ୍ୟକ୍ତି। ସେ ମଧ୍ୟ ଡାଇବେଟିସ୍ ରୋଗରେ ପୀଡିତ ଥିଲେ।

ଅନ୍ୟ ଜଣେ କଟକର ୮୦ ବର୍ଷିୟ ବୃଦ୍ଧଙ୍କର ମଲ୍ଟି ଅର୍ଗାନ ଫେଲ୍ୟୁର ସହିତ ଅନ୍ତଃ ନଳୀରେ ବାଧା ହେତୁ ମୃତ୍ୟୁ ହୋଇଛି ସେ କରୋନା ଆକ୍ରାନ୍ତ ଥିଲେ।

ରାଜ୍ୟରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ୧୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୧- ରାୟଗଡ଼ା ଜିଲ୍ଲାରୁ ୫ଜଣ
୨- ଯାଜପୁର ଜିଲ୍ଲାରୁ ୫ଜଣ
୩- ଖୋର୍ଦ୍ଦା ଜିଲ୍ଲାରୁ ୮ଜଣ
୪- ନୟାଗଡ଼ ଜିଲ୍ଲାରୁ ୨ଜଣ
୫- ବାଲେଶ୍ୱର ଜିଲ୍ଲାରୁ ୧୩ଜଣ
୬- ଜଗତସିଂହପୁର ଜିଲ୍ଲାରୁ ୧୯ଜଣ
୭- କଟକ ଜିଲ୍ଲାରୁ ୩ଜଣ
୮- ଢେଙ୍କାନାଳ ଜିଲ୍ଲାରୁ ୯ଜଣ
୯- ବରଗଡ଼ ଜିଲ୍ଲା ରୁ ୧ଜଣ
୧୦- ଗଞ୍ଜାମ ଜିଲ୍ଲାରୁ ୩୦ଜଣ
୧୧- ଗଜପତିଜିଲ୍ଲାରୁ ୪୧ଜଣ
୧୨- ପୁରୀ ଜିଲ୍ଲାରୁ ୧ଜଣ
୧୩- ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ
୧୪- ବଲାଙ୍ଗୀରରୁ ୧ଜଣ
୧୫- ମୟୁରଭଞ୍ଜ ଜିଲ୍ଲାରୁ ୧୪ଜଣ
୧୬- କୋରାପୁଟ ଜିଲ୍ଲାରୁ ୧ଜଣ
୧୭- ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ
୧୮- କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ

ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ହୋଇଛି।

ଆଜି ୧୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ କୁ ବୃଦ୍ଧି ପାଇଛି। ୩୮୬୩ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୩୧୫୩୬ ହୋଇଛି। କରୋନା କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୫୮୩ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.