Home Coronavirus Outbreak “କ୍ୟୋଂକି ସାସ୍ ଭି କଭି ବୋହୂ ଥି” ର ଟିଭି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

“କ୍ୟୋଂକି ସାସ୍ ଭି କଭି ବୋହୂ ଥି” ର ଟିଭି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

188

ମୁମ୍ବାଇ ୦୬ ଅଗଷ୍ଟ (ଓଡିଆ ପୁଅ) କରୋନା ସଙ୍କଟ ମଧ୍ୟରେ ବଲିଉଡ ଏବଂ ଛୋଟ ପରଦା ତାରକାଙ୍କ ଆତ୍ମହତ୍ୟା ଜାରି ରହିଛି। ଖବର ମୁତାବକ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ସେ ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି।

ସମୀର ଶର୍ମା ସିରିଏଲ “କ୍ୟୋଂକି ସାସ୍ ଭି କଭି ବୋହୂ ଥି” ରେ କାମ କରିଛନ୍ତି। ବୁଧବାର ରାତିରେ ୪୪ ବର୍ଷିୟ ସମୀର ଶର୍ମା ମାଲାଡ ୱେଷ୍ଟର ନେହା CHS ବିଲ୍ଡିଂରେ ନିଜ ଘରେ ଫାଶୀ ଲଗାଇଥିଲେ। ମାଲାଡ ପୋଲିସର ସୂଚନାନୁସାରେ ସମୀର ଚଳିତ ବର୍ଷ ଫେବୃଆରୀରେ ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ। ରାତ୍ରି ଡ୍ୟୁଟି ସମୟରେ ଜଗୁଆଳି ସମୀର ଶର୍ମାଙ୍କ ଶରୀର ଝୁଲୁଥିବାର ଦେଖିଥିଲେ।

“କ୍ୟୋଂକି ସାସ୍ ଭି କଭି ବୋହୂ ଥି” ବ୍ୟତୀତ କାହାନୀ ଘର ଘରକୀ, ଲେଫ୍ଟ ରାଇଟ୍, ଲେଫ୍ଟ, ଜ୍ୟୋତି, ଗୀତ୍ ହୁଇ ସବସେ ପରାଇ, 2612, ଦିଲ୍ କ୍ୟା ଚାହାତା ହୈ, ବିରାନଗଲୀ ପରି ଅନେକ ସିରିଏଲରେ କାମ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.