Home ଓଡ଼ିଶା ଟ୍ରକ ଧକ୍କାରେ ବାଇକ ଆରୋହି ମୃତ, ଜାତୀୟ ରାଜପଥ ଅବରୋଧ

ଟ୍ରକ ଧକ୍କାରେ ବାଇକ ଆରୋହି ମୃତ, ଜାତୀୟ ରାଜପଥ ଅବରୋଧ

453

ଭବାନୀପାଟଣା ୧୨-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣାରୁ ଜୁନାଗଡ଼ ଯାଉଥିବା ଜଣେ ବ୍ୟକ୍ତି ଏକ ଟ୍ରକ ଧକ୍କାରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ପ୍ରକାଶ ଯେ, ପ୍ରାୟ ୮ଟା ୩୦ ମିନିଟ ସମୟରେ ଭାବାନୀପାଟଣା ପଟୁ ଜୁନାଗଡ଼ ପଟେ ଜଣେ ବ୍ୟକ୍ତି ଏକ ଟି.ଭି.ଏସ ଏକ୍ସଲ ଗାଡି ନଂ ଓଡ଼ି ୦୮ କେ ୯୦୮୫ ରେ ଯାଉଥିବା ବେଳେ ଏକ ଟ୍ରକ ଓ ଡି ୨୪ସି ୪୯୩୮ ଜୁନାଗଡ଼ ପଟୁ ଆସିବା ବେଳେ ସାମ୍ନା ରୁ ଧକ୍କା ମାରିଥିଲା। ଫଳରେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ପଡ଼ିଥିଲେ। ହେଲେ ଟ୍ରକର ଡ୍ରାଇଭର ଓ ହେଲଫର ଟ୍ରକ ଛାଡି ଫେରାର ହୋଇଯାଇଥିବା ବେଳେ କିଛି ସ୍ୱେଚ୍ଛାସେବୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ସୁଦ୍ଧା ପୋଲିସ କିମ୍ବା କେହି ଆମ୍ବୁଲେନ୍ସ କର୍ମଚାରୀ ୮.୧୫ ରୁ ଫୋନରେ ଜଣେଇ ଥିବା ସତ୍ୱେ ତୁରନ୍ତ ନ ପହଞ୍ଚିବା ରୁ ୯ ଟା ୧୫ ରେ ମୃତ୍ୟୁ ବରଣ କରିଥିଲେ। ଏ ନେଇ ଉପସ୍ଥିତ ଯାତ୍ରୀ ଓ ସଗାଡ଼ା ଗ୍ରାମ ବାସୀ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ପରେ ପୋଲିସ ଅଧିକାରୀ ପହଞ୍ଚି ବୁଝା, ସୁଝା କରିବା ପରେ ଅବରୋଧ ହଟେଇ ଥିଲେ। ତେବେ ତୁରନ୍ତ ଆମ୍ବୁଲେନ୍ସ ସେବା ଯୋଗାଇ ଦେବାକୁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ ଦୃଷ୍ଟି ଦେବାକୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.