Home ଆନ୍ତର୍ଜାତୀୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ କିଏ? ଜାଣନ୍ତୁ, ଟପ୍- ୧୦ରେ କିଏ, ଟପ୍- ୧୦୦ରେ କେଉଁ...

ବିଶ୍ୱର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ କିଏ? ଜାଣନ୍ତୁ, ଟପ୍- ୧୦ରେ କିଏ, ଟପ୍- ୧୦୦ରେ କେଉଁ ଦେଶ ଆଗୁଆ ଏବଂ ଭାରତର ସ୍ଥାନ କେଉଁଠି?

1186

● ଟପରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ
● ଟପ୍- ୧୦ ଭିତରେ ୬ଟି ଆମେରିକୀୟ ୟୁନିଭରସିଟି
● ଟପ୍ – ୨୦୦ ଭିତରେ ୬୦ଟି ଆମେରିକୀୟ ୟୁନିଭରସିଟି
● ଟପ୍- ୩୦୦ ଭିତରେ ନାହିଁ ଭାରତର ଗୋଟିଏ ବି ୟୁନିଭରସିଟି
● ତାଲିକା ଭିତରେ ସ୍ଥାନ ପାଇବାରେ ଭାରତର ସ୍ଥାନ ବିଶ୍ୱରେ ୫ମ
● ଟପ୍- ୫୦୦ ଭିତରେ ଭାରତର ୫ଟି ୟୁନିଭରସିଟି
ନୂଆଦିଲ୍ଲୀ: ବଡ଼ ଅବଶୋଷର କଥା ବିଶ୍ୱର ଟପ୍- ୩୦୦ ୟୁନିଭରସିଟି ଭିତରେ ଭାରତର ଗୋଟିଏ ବି ୟୁନିଭରସିଟିର ସ୍ଥାନ ନାହିଁ।ଟାଇମ୍ସ ହାୟର ଏଜୁକେସନ (ଟିଏଚଇ) ୱାର୍ଲଡ଼ ୟୁନିଭରସିଟି ରେଙ୍କିଙ୍ଗ୍ ଅନୁଯାୟୀ ଟପ୍- ୩୦୦ ବିଶ୍ୱିବିଦ୍ୟାଳୟ ତାଲିକାରେ ଭାରତର ଗୋଟିଏ ବି ବିଶ୍ୱ ବିଦ୍ୟାଳୟର ସ୍ଥାନ ନାହିଁ।୨୦୧୨ ପରଠାରୁ ଏହା ପ୍ରଥମ ଯେ, ଟପ୍ ୩୦୦ ଭିତରେ ଭାରତର କୌଣସି ୟୁନିଭରସିଟି ସ୍ଥାନ ପାଇନାହାଁନ୍ତି।କିନ୍ତୁ, ୨୦୧୮ ତୁଳନାରେ ଏବେ ଅଧିକ କିଛି ଭାରତୀୟ ୟୁନିଭର୍ସିିଟି ଓଭରଅଲ୍ ରାଙ୍କିଙ୍ଗ ତାଲିକା ଭିତରେ ରହିଛନ୍ତି।୨୦୧୮ରେ ଓଭରଅଲ୍ ରାଙ୍କିଙ୍ଗରେ ୪୯ଟି ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଏବେ ୫୬ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି।ଓଭରଅଲ୍ ତାଲିକା ଭିତରେ ସ୍ଥାନ ପାଇବାରେ ଭାରତର ସ୍ଥାନ ବିଶ୍ୱରେ ୫ମ।ସେହିପରି ଭାରତର ୫ଟି ୟୁନିଭରସିଟି ଟପ୍- ୫୦୦ ତାଲିକା ଭିତରେ ସ୍ଥାନ ପାଇଛନ୍ତି।ସୂଚନାଯୋଗ୍ୟ ଯେ ୱାଲ୍ଡ ୟୁନିଭର୍ସିଟି ରେଙ୍କିଙ୍ଗରେ ବିଶ୍ୱର ୯୨ଟି ଦେଶର ମୋଟ ୧୩୦୦ଟି ବିଶ୍ୱବିଦ୍ୟାଳୟ ତାଲିକା ଭିତରେ ସ୍ଥାନ ପାଇଛନ୍ତି।

ବିଶ୍ୱର ଟପ୍ ୧୦ ବିଶ୍ୱବିଦ୍ୟାଳୟ :-

୦୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ବ୍ରିଟେନ
୦୨: କାର୍ଲିଫର୍ଣ୍ଣିଆ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜୀ, ଆମେରିକା
୦୩: କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ, ବ୍ରିଟେନ
୦୪: ଷ୍ଟୈନଫୋର୍ଡ ବିଶ୍ୱବିଦ୍ୟାଳୟ, ଆମେରିକା
୦୫: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଆମେରିକା
୦୬: ପ୍ରିନସେଟନ୍ ୟୁନିଭରସିଟି,ଆମେରିକା
୦୭: ହାରଭାର୍ଡ ୟୁନିଭରସିଟି, ଆମେରିକା
୦୮: ୟେଲେ ୟୁନିଭରସିଟି, ଆମେରିକା
୦୯: ୟୁନିଭରସିଟି ଅଫ, ଚିକାଗୋ
୧୦: ଇମ୍ପେରିଆଲ୍ କଲେଜ, ଲଣ୍ଡନ

//- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.