Home ଓଡ଼ିଶା ୨୪ରେ ଓଡ଼ିଶା ଆସିବେ ତୋଗାଡ଼ିଆ:ଗଠନ ହେବ “ହିନ୍ଦୁସ୍ଥାନ ନିର୍ମାଣ ଦଳ”ର ପ୍ରଦେଶ କମିଟି

୨୪ରେ ଓଡ଼ିଶା ଆସିବେ ତୋଗାଡ଼ିଆ:ଗଠନ ହେବ “ହିନ୍ଦୁସ୍ଥାନ ନିର୍ମାଣ ଦଳ”ର ପ୍ରଦେଶ କମିଟି

949

ଭୁବନେଶ୍ୱର/କଟକ:ଆସନ୍ତା ୨୪ ତାରିଖରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ତଥା ନୂଆ ରାଜନୈତିକ ଦଳ ହିନ୍ଦୁସ୍ଥାନ ନିର୍ମାଣ ଦଳର ପ୍ରତିଷ୍ଠାତା ଡଃ: ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଗସ୍ତରେ ଆସିବେ।ଏହି ଅବସରରେ ଡଃ: ତୋଗାଡ଼ିଆ ହିନ୍ଦୁସ୍ଥାନ ନିର୍ମାଣ ଦଳ ଓଡ଼ିଶା ପ୍ରଦେଶ କମିଟି ଘୋଷଣା କରିବେ।ତୋଗାଡ଼ିଆ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।୨୪ ତାରିଖ ସକାଳ ୯:୩୦ ରେ ଭୁବନେଶ୍ୱର ଆସିବା ପରେ ସେଠାରୁ ସେ କଟକ ବାଲିଯାତ୍ରା ପଡ଼ିଆ ଯିବେ।ସେଠାରେ ହିନ୍ଦୁସ୍ଥାନ ନିର୍ମାଣ ଦଳ ରାଜ୍ୟ କମିଟି ଘୋଷଣା ହେବ।ଏହାପରେ ତୋଗାଡ଼ିଆ ନୂତନ କମିଟି ପଦାଧିକାରୀଙ୍କ ସହ ବୈଠକ କରିବେ।ରାତିରେ ବୁଦ୍ଧିଜୀବୀ ମାନଙ୍କର ଏକ ସମ୍ମିଳନୀରେ ତୋଗାଡ଼ିଆ ଉଦବୋଧନ ଦେବେ।୨୫ ତାରିଖ ୧୦ଟା ସମୟରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ଡଃ: ତୋଗାଡ଼ିଆ ସମ୍ବୋଦ୍ଧିତ କରିବେ।ତୋଗାଡ଼ିଆ ପୁଲୱାମା ଆତଙ୍କି ଆକ୍ରମଣ,ଧାରା ୩୭୦ ଉଛେଦ,ରାମ ମନ୍ଦିର ନିର୍ମାଣ,ବାଂଲାଦେଶୀ ଅନୁପ୍ରବେଶ ଆଦି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.