Home ଓଡ଼ିଶା ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍

ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍

272

ମୁମ୍ବାଇ: ଆଜି ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଜନ୍ମଦିନ।ଅକ୍ଷୟ ଏବେ @ ୫୨।ଅକ୍ଷୟ ହେଉଛି ତାଙ୍କ ଫିଲ୍ମି ନାମ।ପ୍ରକୃତ ନାମ ହେଲା ରାଜୀବ ହରି ଓମ ଭାଟ୍ଟିଆ।ଅକ୍ଷୟ ହେଉଛନ୍ତି ଜଣେ ମୂଳ କାନାଡ଼ିଆନ ଭାରତୀୟ ନାଗରୀକ।୯, ସେପ୍ଟେମ୍ବର, ୧୯୬୭ ମସିହାରେ ଅକ୍ଷୟଙ୍କର ଜନ୍ମ।ଫ୍ୟାନ୍ସ ମାନଙ୍କ ଆଗରେ ସେ “ଅକ୍କି” ଭାବରେ ପପୁଲାର।୧୦୦ ରୁ ଉର୍ଦ୍ଦ୍ଵ ଫିଲ୍ମରେ ଅଭିନୟ କରି ସାରିଥିବା ଅକ୍ଷୟ ୨୦୧୬ରେ “ରୁସ୍ତମ”ରେ ଅଭିନୟ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇବା ସହ ୨୦୦୧ ରେ “ଅଜନବୀ” ଏବଂ ୨୦୦୫ରେ “ଗରମ ମସଲା” ପାଇଁ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି।

ଲଗାତର ୧୦ଟି ହିଟ୍ ଫିଲ୍ମ ଦେଇଛନ୍ତି ଅକ୍ଷୟ :-
ଏବେ ଅକ୍ଷୟ ଲଗାତାର ଭାବରେ ୧୦ଟି ହିଟ ଫିଲ୍ମ ଦେଇ ସାରିଛନ୍ତି।ଯାହା ବଲିଉଡରେ ବିରଳ।ଏହା ପୂର୍ବରୁ ରାଜେଶ ଖାନ୍ନା ଲଗାତାର ୧୫ଟି ହିଟ ଫିଲ୍ମ ଦେଇଥିଲେ।ଅକ୍ଷୟ ଲଗାତାର ଦେଇଥିବା ହିଟ ଫିଲ୍ମ ଗୁଡ଼ିକ ହେଲା “ଏୟାର ଲିଫ୍ଟ”, “ରୁସ୍ତମ୍”, “ହାଉସଫୁଲ- ୩”, “ଜଲୀ ଏଲଏଲବି”, “ଟଏଲେଟ- ଏକ ପ୍ରେମ କଥା”, “ପେଡମ୍ୟାନ”, “ଗୋଲ୍ଡ”, “୨.୦”, “କେଶରୀ” ଏବଂ “ମିଶନ ମଙ୍ଗଳ”।ଏ’ ସବୁ ଫିଲ୍ମର କଲେକ୍ସନ ଥିଲା ଖୁବ୍ ଭଲ।

ଇନକମରେ ବି ଟପ୍ (ବିଶ୍ୱରେ ୪ର୍ଥ, ବଲିଉଡରେ ୧ନଂ): –
ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା ଟପ୍ ଟେନ୍ କଳାକାରଙ୍କ ତାଲିକାରେ ଅକ୍ଷୟ କୁମାରଙ୍କ ନାମ ରହିଛି।ଅକ୍ଷୟଙ୍କ ବାର୍ଷିକ ଆୟ ହେଲା ୪୬୮ କୋଟି।ବଲିଉଡ ଜଗତର ଅକ୍ଷୟ କେବଳ ଜଣେ ମାତ୍ର ଅଭିନେତା ଯାହାର ନାମ ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ସବୁଠାରୁ ଅଧିକ ଆୟ କରୁଥିବା ଟପ୍ ଟେନ୍ କଳାକାରଙ୍କ ତାଲିକାରେ ରହିଛି।ଅକ୍ଷୟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।ତାଲିକାର ଶୀର୍ଷରେ ରହିଛନ୍ତି ହଲିଉଡ ଅଭିନେତା ଇଭେନ୍ ଜନସନ୍।ସେ ୮୯.୪ ମିଲିଅନ୍ ଡଲାର ଆୟ କରିଛନ୍ତି।ଯାହାର ଭାରତୀୟ ମୂଲ୍ୟ ହେଲା ୬୩୯ କୋଟି ଟଙ୍କା।ଇନକମ କରିବାରେ ଅକ୍ଷୟ ବଲିଉଡରେ ନମ୍ବର ୧” ରେ ଅଛନ୍ତି।//ଦେବଦତ୍ତ ରଥ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.