Home Top News ସଂସଦର ମୌସୁମୀ ଅଧିବେଶନ: ପେଟ୍ରୋଲ, ଡିଜେଲ ମୂଲ୍ୟ ବିରୋଧରେ ତୃଣମୂଳ ସାଂସଦମାନଙ୍କର ସାଇକେଲରେ ସଂସଦ ଯାତ୍ରା

ସଂସଦର ମୌସୁମୀ ଅଧିବେଶନ: ପେଟ୍ରୋଲ, ଡିଜେଲ ମୂଲ୍ୟ ବିରୋଧରେ ତୃଣମୂଳ ସାଂସଦମାନଙ୍କର ସାଇକେଲରେ ସଂସଦ ଯାତ୍ରା

44

ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ): ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିରୋଧିଙ୍କର ହଙ୍ଗାମା ସହିତ ଆରମ୍ଭ ହୋଇଛି ଅଧିବେଶନ। ଇତି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିକୁ ନେଇ ତୃଣମୂଳ କଂଗ୍ରେସ ସରକାରଙ୍କୁ ଘେରିଛି। ଆଜି ତୃଣମୂଳ ସାଂସଦମାନେ ଏକ ସାଇକେଲ ରାଲିରେ କରିଥିଲେ।

ଟିଏମସି ସାଂସଦ ସୌଗତ ରାଏ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଆମର ସାଇକେଲ ମାର୍ଚ୍ଚ ମାଧ୍ୟମରେ ଏହି ବାର୍ତ୍ତା ପଠାଇବାକୁ ଚାହୁଁଛୁ ଯେ ସାଧାରଣ ଲୋକଙ୍କ ପାଇଁ ବର୍ତ୍ତମାନ ଗାଡି ଚଳାଇବା କଷ୍ଟକର ହୋଇପଡିଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ। ସଂସଦ ଭିତରେ ଏବଂ ବାହାରେ ଆମେ ଏହି ଦାବି କରିବୁ। ମୌସୁମୀ ଅଧିବେଶନରେ ତୃଣମୂଳ କଂଗ୍ରେସ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଦ୍ୱିତୀୟ ପ୍ରସଙ୍ଗ ହେଉଛି ଟିକା ଉପଲବ୍ଧତା ଏବଂ ତୃୀୟରେ ଆମେ ମଧ୍ୟ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.