Home କୋରାପୁଟ କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ ଥଇଥାନ ଯୋଜନାରେ ୧୩ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ

କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ ଥଇଥାନ ଯୋଜନାରେ ୧୩ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ

41

କୋରାପୁଟ ୧୯-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ ଥଇଥାନ ଯୋଜନାରେ ୧୩ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।ଆସନ୍ତା ୨୬ ତାରିଖ ଦିନ ସ୍କୁଲ ଖୋଲୁଥିବାରୁ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଯେଉଁମାନଙ୍କର ୬୦ ମାର୍କ ରହିଥିଲା ସେମାନଙ୍କୁ ଜିଲ୍ଲାପାଳଙ୍କ  ଅନୁମୋଦନ ପରେ ଗ୍ରୂପ-ଡି ପଦବୀରେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାହାକ ପ୍ରକାଶ କରିଛନ୍ତି ।ଜିଲ୍ଲା ଶିକ୍ଷା ବିଭାଗର ବିଜ୍ଞାନ ସୁପରଭାଇଜର ଶିବ ଶଙ୍କର ପଟନାୟକ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.