Home Top News ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ: ସଦନରେ କଠିନରୁ ଅଧିକ କଠିନ ଏବଂ ଅର୍ଥପୂର୍ଣ୍ଣ ପ୍ରଶ୍ନ...

ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ: ସଦନରେ କଠିନରୁ ଅଧିକ କଠିନ ଏବଂ ଅର୍ଥପୂର୍ଣ୍ଣ ପ୍ରଶ୍ନ ପଚାରନ୍ତୁ ସଦସ୍ୟଗଣ – ସରକାର ଉତ୍ତର ଦେବାକୁ ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ ମୋଦୀ

79

ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ସଂସଦରେ ମୋସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ନିଜର ବକ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ସଦନରେ କଠିନରୁ ଅଧିକ କଠିନ ଏବଂ ଅର୍ଥପୂର୍ଣ୍ଣ ପ୍ରଶ୍ନ ପଚାରନ୍ତୁ ସଦସ୍ୟମାନେ। ସରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। “ଗୃହରେ ତର୍କ ସାର୍ଥକ ହେଉ, ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସଦନ ଉତ୍ସର୍ଗୀକୃତ ହେବା ଉଚିତ, ଦେଶର ଲୋକମାନେ କଣ ଚାହୁଁଛନ୍ତି ତାହାର ଉତ୍ତର ଦେବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ମୁଁ ସମସ୍ତ ସାଂସଦ ଏବଂ ରାଜନୈତିକ ଦଳମାନଙ୍କୁ କଠିନରୁ ଅଧିକ କଠିନ ପ୍ରଶ୍ନ ପଚାରିବାକୁ ଅନୁରୋଧ କରିବି। କିନ୍ତୁ ଶାନ୍ତ ପରିବେଶରେ ଉତ୍ତର ଦେବାକୁ ସରକାରଙ୍କୁ ସୁଯୋଗ ଦେବାକୁ ଅନୁରୋଧ କରୁଛି।”

“ଏହି ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ତେଣୁ ଆମେ ଚାହୁଁ ଯେ ସଂସଦରେ ମଧ୍ୟ ଏହି ମହାମାରୀ ସମ୍ବନ୍ଧରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହେବା ଉଚିତ୍। ସମସ୍ତ ସାଂସଦଙ୍କ ଦ୍ୱାରା ସମସ୍ତ ବ୍ୟବହାରିକ ପରାମର୍ଶ ଗ୍ରହଣ କରାଯିବା ଉଚିତ ଯାହା ଫଳରେ ମହାମାରୀ ବିରୋଧରେ ଲଡ଼େଇରେ ନୂତନତ୍ୱ ମିଳିପାରିବ ଏବଂ ତ୍ରୁଟିଗୁଡିକ ମଧ୍ୟ ସଂଶୋଧନ କରାଯାଇପାରିବ।”

“ମୁଁ, ଆଶା କରେ ଆପଣ ସମସ୍ତେ ଅତିକମରେ ଗୋଟିଏ ଟିକା ପାଇଛନ୍ତି। ବାହୁରେ ଟିକା ଦିଆଯାଏ। ଯେତେବେଳେ ଟିକା ବାହୁରେ ଦିଆଯାଏ, ସେତେବେଳେ ଆପଣ ବାହୁବଳୀ ବନିଯାଆନ୍ତି। କରୋନା ବିରୋଧରେ ଲଢ଼େଇରେ ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ବାହୁବଳୀ ବନିଯାଇଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ସମସ୍ତ କୋଭିଡ୍ ପ୍ରୋଟୋକଲ ପାଳନ କରି ସଦନର କାର୍ଯ୍ୟ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.