Home ଆନ୍ତର୍ଜାତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ TIME ପତ୍ରିକାର ବିବାଦାସ୍ପଦ କଭର, ଲେଖିଲା- ‘ଡିଭାଇଡର ଇନ୍ ଚିଫ’

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ TIME ପତ୍ରିକାର ବିବାଦାସ୍ପଦ କଭର, ଲେଖିଲା- ‘ଡିଭାଇଡର ଇନ୍ ଚିଫ’

1528

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଅନ୍ତର୍ରାଷ୍ଟ୍ରୀୟ ପତ୍ରିକା ଟାଇମର କଭର ଉପରେ ଏକ ବିବାଦାସ୍ପଦ ଲେଖାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବଡ଼ ହଲଚଲ ହୋଇଛି। ଏହି ପ୍ରତିଷ୍ଠିତ ପତ୍ରିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ବିବାଦିତ ଉପାଧି ସହିତ କଭରରେ ଜାଗା ଦେଇଛି। ପତ୍ରିକା ତାଙ୍କୁ ‘ଡିଭାଇଡର ଇନ୍ ଚିଫ’ କହିଛି।

୨୦ ମଇର ଏହି ନୂଆ ସଂସ୍କରଣରେ ପତ୍ରିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିବାଦିତ ଉପାଧି ଦେଇ ତାଙ୍କୁ “India’s Divider in Chief” ଅର୍ଥାତ୍ ‘ଭାରତକୁ ପ୍ରମୁଖ ରୂପରେ ବାଣ୍ଟିବା ବାଲା’ କହିଛି। ପତ୍ରିକାର ଏସିଆ ଆଡିସନ ଲୋକସଭା ନିର୍ବାଚନ ୨୦୧୯ ଏବଂ ଗତ ପାଞ୍ଚ ବର୍ଷରେ ନରେନ୍ଦ୍ର ମୋଦୀ ସରକାରଙ୍କର କାର୍ଯ୍ୟକଳାପ ଉପରେ ଲିଡ ଷ୍ଟୋରି କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କାର୍ଯ୍ୟକଳାପ ଉପରେ ଶକ୍ତ ଆଲୋଚନାତ୍ମକ ଟିପ୍ପଣୀ ଦେଇ ଏହି ପତ୍ରିକା ନେହେରୁଙ୍କର ସମାଜବାଦ ଏବଂ ଭାରତର ବର୍ତ୍ତମାନର ଉପସ୍ଥିତ ସାମାଜିକ ପରିସ୍ଥିତି ସହ ତୁଳନା କରିଛି। ଆତିଶ ତାସୀରଙ୍କ ଦ୍ୱାରା ଲିଖିତ ଏହି ଆଲେଖରେ କୁହାଯାଇଛିକି ନରେନ୍ଦ୍ର ମୋଦୀ ହିନ୍ଦୁ ଏବଂ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରାର ଭାବନାକୁ ବଢ଼ାଇବାପାଇଁ କୌଣସି ଇଚ୍ଛା ପ୍ରକାଶ କରିନାହାଁନ୍ତି।

ଟାଇମ ମୁତାବକ ମୋଦୀ ଏହି ବିଷୟରେ ଭାଗ୍ୟବାନ୍ ଯେ, ତାଙ୍କ ବିରୁଦ୍ଧରେ କମଜୋର ବିରୋଧି ଦଳ ଅଛି। କଂଗ୍ରେସର ନେତୃତ୍ତ୍ୱାଧିନ ବିରୋଧି ଦଳ ଯାହାର କୌଣସି ଆଜେଣ୍ଡା ନାହିଁ ସେ କେବଳ ପ୍ରଧାନମନ୍ତ୍ରୀ ମୋଦୀକୁ ହରାଇବାକୁ ଚାହୁଁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଯେ, ୨୦୧୪ରେ କରାଯାଇଥିବା ପ୍ରତିଶୃତିକୁ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି। ଏହି କାରଣରୁ ସେ ଟ୍ଵୀଟ କରି ଜଣାଇବାକୁ ଚାହୁଁଛନ୍ତି କି ବଂଶବାଦ ଏବଂ ପରମ୍ପରା ବିରୁଦ୍ଧରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.