Home Top News ବେଳା ଭଲ ନାହିଁ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଗିଲା ଡବଲ୍ ଝଟକା !

ବେଳା ଭଲ ନାହିଁ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଗିଲା ଡବଲ୍ ଝଟକା !

300

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଗିଛି ଏକସଙ୍ଗେ ଡବଲ୍ ଝଟକା। ଝାରସୁଗୁଡା ଉପ- ନିର୍ବାଚନରେ ବିଜେପି ତରଫରୁ ପାର୍ଥି ହୋଇଥିବା ଟଙ୍କଧର ତ୍ରିପାଠୀ ହେଲେ ମନ୍ତ୍ରୀଙ୍କ ଏକଦମ୍ ଖାସ୍ ଲୋକ। ମନ୍ତ୍ରୀ ଜିଦି କରି ଅଡ଼ି ବସି, ଏଣେ ମିଡିଆ ଟ୍ରାଏଲ୍ କରାଇ ଝାରସୁଗୁଡା ଜିଲ୍ଲା ନେତାଙ୍କୁ ଅଣଦେଖା କରାଇ ବାହାର ଜିଲ୍ଲାରୁ ଆଣି ଟଙ୍କଧରଙ୍କୁ ପାର୍ଥି କରିଦେଲେ। ଯାହାକୁ ନେଇ ଦଳରେ ମନ୍ତ୍ରୀଙ୍କ ପ୍ରତି ଏକ ଅସନ୍ତୋଷ ସୃଷ୍ଟି ହେଲା। ଏବେ ଉପନିର୍ବାଚନରେ ଟଙ୍କଧର ଚିତପଟାଙ୍ଗ ମାରିଲେ। ବିଜେଡି ସହିତ ଲଢ଼ିବେ କଣ? ଏକ ବଡ଼ ବ୍ୟବଧାନରେ ହାରିଲେ ଟଙ୍କ। ବିଜେଡି ପାର୍ଥିନୀ ଦୀପାଳି ଦାସ ୧,୦୭,୧୯୮ଟି ଭୋଟ୍ ପାଇଥିବା ବେଳେ ବିଜେପି ପାର୍ଥି ଟଙ୍କଧର ତ୍ରିପାଠୀ ୬୮, ୪୭୭ଟି ଭୋଟ୍ ପାଇଲେ। ୪୮,୭୨୧ ଭୋଟ୍ ବ୍ୟବଧାନରେ ଜିତିଲା ବିଜେଡି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛା ଅନୁଯାୟୀ ଟଙ୍କଧରଙ୍କୁ ପାର୍ଥି କରିବାର ପରିଣତି ଦେଖିଲା ବିଜେପି। ସେହି ସମାନ ଦିନ ଧର୍ମେନ୍ଦ୍ରଙ୍କୁ ଆଉ ଏକ ଝଟକା ଦେଇଛି କର୍ଣ୍ଣାଟକ ନିର୍ବାଚନ ଫଳାଫଳ। ସେଠାରେ ମଧ୍ୟ ବିଜେପିକୁ ଲାଗିଲା ବଡ଼ ଝଟକା। ବଡ଼ କଥା ହେଲା ଝଟକା ଦେଲା ପୁଣି କଂଗ୍ରେସ। ଧର୍ମେନ୍ଦ୍ର ପ୍ରଧାନ ଥିଲେ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ପ୍ରଭାରୀ। ଦାୟିତ୍ବ ମିଳିବା ପରେ କର୍ଣ୍ଣାଟକରେ କମଲ ଫୁଟାଇବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଜିବେ କର୍ଣ୍ଣାଧାର ବୋଲି ଚିତ୍କାର କରାଗଲା। ଧର୍ମେନ୍ଦ୍ରଙ୍କ ଅନୁଭବ ଓ ଅଭିଜ୍ଞତାକୁ ପାଥେୟ କରି କର୍ଣ୍ଣାଟକର ମହାସଂଗ୍ରାମ ଲଢ଼ାଯିବ। ୨୦୨୩ ସେମିଫାଇନାଲ ଭାବେ ପରିଗଣିତ ହେଉଥିବା କର୍ଣ୍ଣାଟକ ପାଇଁ ଧର୍ମେନ୍ଦ୍ର ସାଜିବେ ସେନାପତି। ଦକ୍ଷତା ଥିଲେ, ସୁଯୋଗ ମିଳେ।ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ। ନିର୍ବାଚନ ପରିଚାଳନାରେ ଧୂରୀଣ, ଧର୍ମେନ୍ଦ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରି ଶୀର୍ଷ ନେତୃତ୍ବ ବୋଲି ପ୍ରଚାର କରାଗଲା। କିନ୍ତୁ, ପରିଣତି କ’ଣ ହେଲା? ବାସ୍ତବରେ ବେଳା ଭଲ ନାହିଁ ବୋଧେ? ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବେ କିଛି ଦିନ ହେଲା ଗୋଟାଏ ପରେ ଗୋଟାଏ ଝଟକା ଲାଗି ଚାଲିଥିବା ବେଳେ ୧୩ ତାରିଖ, ଶନିବାର ଦିନ ଏକା ସାଙ୍ଗରେ ଲାଗିଗଲା ଡବଲ୍ ଝଟକା!!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.