Home ଓଡ଼ିଶା ମୃତକଙ୍କ ସଂଖ୍ୟା ହେଲାଣି ୧୦୬ – ଏବେ ଦିଲ୍ଲୀ ପହଁଚିଲା କରୋନା ଭାଇରସ୍ ! –...

ମୃତକଙ୍କ ସଂଖ୍ୟା ହେଲାଣି ୧୦୬ – ଏବେ ଦିଲ୍ଲୀ ପହଁଚିଲା କରୋନା ଭାଇରସ୍ ! – ତିନି ସଂଦିଗ୍ଧ RML ହସ୍ପିଟାଲରେ ଭର୍ତ୍ତି

524

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ରେ ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ୧୦୬ ପହଁଚିଲାଣି। ଆମେରିକା ସମେତ ଏକ ଏକ ଡର୍ଜନରୁ ଅଧିକ ଦେଶକୁ ବ୍ୟାପି ଗଲାଣି ଏହି ଭାଇରସ୍। ଦୁନିଆର ସମସ୍ତ ଦେଶ ଏଥିରୁ ଉଦ୍ଧାର ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଭାରତରେ ମଧ୍ୟ କରୋନା ଭାଇରସ୍ ର କିଛି ସଂଦିଗ୍ଧ ମାମଲାରେ ସାମନାକୁ ଆସିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତିନୋଟି ମାମଲା ସାମନାକୁ ଆସିଥିବାର ଖବର ମିଳୁଛି। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ର ତିନୋଟି ସଂଦିଗ୍ଧ ମାମଲା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିୟା ହସ୍ପିଟାଲରେ ଜଣାପଡ଼ିଛି। ଏହି ତିନିଜଣ ଲୋକମାନଙ୍କର ବ୍ଲଡ୍ ସାମ୍ପୁଲ୍ ଜାଞ୍ଚ ପାଇଁ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲକୁ ପଠାଇ ଦିଆଯାଇଛି।

ଏହା ପୂର୍ବରୁ ରବିବାର ଦିନ ରାଜସ୍ଥାନର ଜୟପୁରରେ କୋରାନା ଭାୟରସର ଜଣେ ସଂଦିଗ୍ଧ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। କୁହାଯାଉଛି କି ଜୟପୁରର ସରକାରୀ ହସ୍ପିଟାଲରେ ଭର୍ତ୍ତି କରୋନା ଭାଇରସ୍ ରେ ପୀଡ଼ିତ ଯୁବତୀ ଚୀନରେ ମେଡିକାଲ ପଢ଼ିବାପାଇଁ ଯାଇଥିଲା। ଭାରତ ଆସିବାପରେ ପରେ ତାକୁ କରୋନା ଭାଇରସ୍ ର ଲକ୍ଷଣ ଦେଖିବାକୁ ମିଳିଲା, ଏହା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଚୀନରେ କରୋନା ଭାଇରସ୍ ରେ ମୃତକଙ୍କର ସଂଖ୍ୟା ବଢ଼ି ୧୦୬ ହୋଇଗଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.