Home ଜିଲ୍ଲା ପରିକ୍ରମା ଦୁର୍ଗମଅଚଂଳରେ ରାସ୍ତାନିର୍ମାଣ ପାଇଁ ଦାବିକରି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଗ୍ରାମବାସୀ

ଦୁର୍ଗମଅଚଂଳରେ ରାସ୍ତାନିର୍ମାଣ ପାଇଁ ଦାବିକରି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଗ୍ରାମବାସୀ

160

ମାଲକାନଗିରି,୨୭ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଇଲାକାରେ ଉନ୍ନୟନ କାର୍ଯ୍ୟସହ ରାସ୍ତାଘଟ ନିର୍ମାଣକୁ ମାଓବାଦୀ ମାନେ ବିରୋଧ କରୁଥିବା ବେଳେ ଗ୍ରାମରେ ଉନ୍ନୟନକାର୍ଯ୍ୟ କିପରି ହେବ ସେଥିପ୍ରତି ଗୁରୁତ୍ୱ ଦେଇ ମାଓପ୍ରବଣ ଅଚଂଳରେ ରାସ୍ତାନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ଅପରାହ୍ନରେ କାଲିମେଳା ବ୍ଲକ ତେଲରାଇ ପଚାଂୟତର ସରପଚଂଙ୍କ ନେତୃତରେ ଜାକେଲଗନ୍ଧୀ, କଣ୍ଡେଲଗୁଡା, କରଜଂଗୁଡା,ସୁଧାକୋଣ୍ଡା,କମଳାପଦର,ଆମପଦର,ତାମାଗୁଡା ଗ୍ରାମର ଶତାଧିକ ଆଦିବାସୀ ଲୋକମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି କାଲିମେଳା ବ୍ଲକସ୍ଥ ଏମଭି୧୨୬ ଛକ ଠାରୁ ସେମାନଙ୍କ ଗ୍ରାମକୁ ଯାଇଥିବା ୧୫କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାର ରାସ୍ତାକାମ ତୁରନ୍ତ ନିର୍ମାଣକରିବା ପାଇଁ ଦରଖାସ୍ତ ଦେଇ ଦାବିଜଣାଇଛନ୍ତି । ସୁଚନା ଯୋଗ୍ୟ ଯେ ମାଓବାଦୀଙ୍କ ଭୟରେ ସ୍ୱାଧିନତାର ୭୩ ବର୍ଷପରେ ମଧ୍ୟ ସେମାନଙ୍କ ଗ୍ରାମକୁ କୌଣସି ଏକ ଭଲ ରାସ୍ତାନଥିବାରୁ ଯାତାୟତରେ ବାଧ ସୃଷ୍ଠି ହେବା ସହ ଗାଁକୁ ଆମ୍ବୁଲାନ୍ସଟିଏ କି ଗାଡିଟିଏ ଯାଇପାରୁନଥିବାରୁ ରୋଗୀ କିମ୍ବା ଗର୍ଭବତୀ ମହିଳା ଙ୍କୁ ହସପିଟାଲ ନେବାକୁ ହେଲେ ଖଟିଆ ଓ ଭାର ଉପରେ ଗ୍ରାମବାସୀଙ୍କୁ ନିର୍ଭରକରିବାକୁ ପଡିଥାଏ । ଏହି ସବୁ ଅସୁବିଧା ପାଇଁ ଏମଭି ୧୨୬ ଠାରୁ ପୋଟ୍ରେଲ ଛକ ପର୍ଯ୍ୟନ୍ତ କୋରକୁଣ୍ଡା ବ୍ଲକକୁ ସିଧାସଳଖ ଭାବେ ଏକ ରାସ୍ତାନିର୍ମାଣ ନିମନ୍ତେ ଦୀର୍ଘବର୍ଷହେଲା ଗ୍ରାମବାସୀ ମାନେ ଦାବିକରିଆସୁଥିଲେ , ଗ୍ରାମବାସୀ ମାନଙ୍କ ଦାବି ଅନୁସାରେ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଗ୍ରାମୀଣ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଗତ କିଛି ମାସ ହେଲା ଜଣେ ଠିକାଦାର ଏମଭି୧୨୬ ଛକ ଠାରୁ ୧୫କିମି ରାସ୍ତା ନିର୍ମାଣ ପାଇଁ ସମସ୍ତ ମେଟ୍ରୀଆଲ ପକାଇ ରାସ୍ତାକାମ ଆରମ୍ଭ କରିଦେଇଥିବାରୁ ଗ୍ରାମବାସୀ ମାନେ ବହୁତ ଖୁସି ହୋଇଯାଇଥିଲେ । ହେଲେ ସେମାନଙ୍କ ଖୁସି ବେଶିଦିନ ରହିଲା ନାହିଁ ,ଗ୍ରାମବାସୀ ମାନଙ୍କୁ କୌଣସି ସୁଚନା ନଦେଇ ମାଲକାନଗିରି ଗ୍ରାମୀଣ ଉନ୍ନୟନ ବିଭାଗ ପକ୍ଷରୁ ସେହି ରାସ୍ତାକାମ ଗତ୧୫ଦିନ ତଳେ ବନ୍ଦକରିଦିଆ ଯାଇଛି । ଦୀର୍ଘବର୍ଷ ପରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ରାସ୍ତା ନିର୍ମାଣ କୁ କାହିଁକି ହଟାତ ବନ୍ଦ କରିଦିଆଗଲା, ତୁରନ୍ତ ରାସ୍ତାକାମ ଆରମ୍ଭ କରିବା ପାଇଁ ଦାବିଜଣାଇ ୪୦ରୁ ଉର୍ଦ୍ଦ ଗ୍ରାମବାସୀ ମାନେ ଦରଖାସ୍ତ ଲେଖି ଜିଲ୍ଲାପାଳ,ରାଜ୍ୟ ମୁଖ୍ୟଯନ୍ତ୍ରୀ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା,ଅଧ୍ୟକ୍ଷ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ,ଅଧିକ୍ଷଣ ଯନ୍ତ୍ରୀ ସୁନାବେଡା, କୋରାପୁଟ,ନିର୍ବାହି ଯନ୍ତ୍ରୀ ଗ୍ରାମୀଣ ଉନ୍ନୟନ ବିଭାଗ ମାଲକାନଗିରି ଙ୍କୁ ଜଣାଇଛନ୍ତି । ତେଲରାଇ ଏମଭି୧୨୬ ମୁଖ୍ୟସଡକ ପଥଠାରୁ ଦୁର୍ଗମ ପାବ ର୍ତ୍ୟ ଅତିକ୍ରମ କରି ଏକ ମାଟିରାସ୍ତାଟି ପଡିଛି,ଏହି କଚା ରାସ୍ତାର ଦୂରାବସ୍ଥା ଅକଥନୀୟ,ଖରାଦିନରେ ଏହି ରାସ୍ତାରେ ଯାତାୟତ କରିବା କଷ୍ଟହେଉଥିବା ବେଳେ ବର୍ଷାରୁତୁରେ ପ୍ରାୟ ୪୦ଟି ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଥାଏ, ଏମଭି୧୨୬ ଠାରୁ ଜାକେଲଗନ୍ଧୀ,କରଜଂଗୁଡା,ସୁଧାକୋଣ୍ଡା,କଣ୍ଡେଲଗୁଡା,କମଳାପଦର,ଆମପଦର,ତାମାଗୁଡା ଗ୍ରାମ ଦେଇ ପୋଟ୍ରେଲ କୁ ସଂଯୋଗ ହେଉଥିବା ନବନିର୍ମିତି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତା ଟି ନିର୍ମାଣ ହୋଇଗଲେ ସେହି ରାସ୍ତା ଉପରେ ପ୍ରାୟ ୪୦ରୁ ଉର୍ଦ୍ଦ ଗ୍ରାମବାସୀ ଙ୍କ ଯାତାୟତ ରେ ସୁବିଧା ହେବାସହିତ କାଲିମେଳା ବ୍ଲକ ଠାରୁ କୋରକୁଣ୍ଡା ବ୍ଲକକୁ ଦୂରତା କମିଯିବା ସହ ଦୁଇଟି ବ୍ଲକକୁ ସିଧାସଳକ ଭାବେ ରାସ୍ତା ସଂଯୋଗ ହୋଇ ପାରିବ,ଏମଭି୧୨୬ ଛକ ଠାରୁ ୧୫କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାର ରାସ୍ତାକାମ ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦରଙ୍କୁ ନିର୍ଦ୍ଦେଶ ଦେଇ ବିହିତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବିଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.