Home ଓଡ଼ିଶା ଡକାୟତି ମାମଲାର ତିନି ଅଭିଯୁକ୍ତ ଗିରଫ

ଡକାୟତି ମାମଲାର ତିନି ଅଭିଯୁକ୍ତ ଗିରଫ

35

ବଲାଙ୍ଗୀର, ୨୨-୦୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଏକ ଡକାୟତି ଘଟଣାରେ ଲୋଇସିଂହା ପୁଲିସ ଆଜି ବଲାଙ୍ଗିରରୁ ତିନି ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ଗାଡି, ନଗଦ ତିନି ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ଗିରଫ ତିନି ଜଣ ବଲାଙ୍ଗିର ମାଲଗୋଦାମ ପଡାର ଶଙ୍କର କୁମ୍ଭାର(୨୪), ପ୍ୟାଲେସ ଲାଇନର ଧର୍ମେନ୍ଦ୍ର ସିଂ(୨୫) ଓ ଶୁଦ ପଡାର ରବି ନାରାୟଣ ସାହୁ (୩୫) ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି। ଉକ୍ତ ଅଭିଯୁକ୍ତମାନଙ୍କ ନାଁ ରେ ପୂର୍ବରୁ ବରଗଡ଼ ଓ ସମ୍ବଲପୁର ଅଞ୍ଚଳରେ କେତୋଟି ମାମଲା ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.