Home ଜିଲ୍ଲା ପରିକ୍ରମା ରଥକାଠ ପାଇଁ ମନ୍ଦିରର ଏକ ପ୍ରତିନିଧି ଦଳଙ୍କ ବୌଦ୍ଧ ଯାତ୍ରା

ରଥକାଠ ପାଇଁ ମନ୍ଦିରର ଏକ ପ୍ରତିନିଧି ଦଳଙ୍କ ବୌଦ୍ଧ ଯାତ୍ରା

93

ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ରଥଯାତ୍ରା ପାଇଁ ସୋମବାରଦିନ ପୂର୍ବାହ୍ନରେ ରଥ କାଠ ପାଇଁ ଶ୍ରୀ ମନ୍ଦିର କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଦଳ ବୌଦ୍ଧ ଯାତ୍ରା କରିଛନ୍ତି। ଶ୍ରୀ ମନ୍ଦିର ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ ଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାତ୍ର କରିଛନ୍ତି। ଶ୍ରୀ ବିଗ୍ରହଙ୍କର ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ୩୫୦ ଖଣ୍ଡ କାଠ ଆସିବ। ଧଉରା, ଅସନ ଓ ଫାସୀ କାଠ ରହିଛି। ନୟାଗଡ ରୁ ୩୬୭ ଖଣ୍ଡ କାଠ ଆସିବ। ପ୍ରଥମ ପର୍ଯ୍ୟାୟରେ ନୟାଗଡ ରୁ ରଥକାଠ ପହଂଚି ସାରିଛି।ବୌଦ୍ଧରେ ଏହି ପ୍ରତିନିଧି ଦଳ ପହଂଚି ରଥ ନିର୍ମାଣ ପାଇଁ ପ୍ରକୁସ୍ତ କାଠ ଚିହ୍ନଟ କରିବେ। ଏହା ପରେ କାଠ କଟାଯାଇ ଶ୍ରୀକ୍ଷେତ୍ର ରଥ ଖଳା ରେ ପହଂଚିବ। ଏହି ପ୍ରତିନିଧି ଦଳରେ ଭୋଇ ସର୍ଦ୍ଦାର ରବି ଭୋଇ ଓ ରଥକାଠ ଅମିନ ଲକ୍ଷଣ ମହାପାତ୍ର ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.