Home ଓଡ଼ିଶା ପୁରୀ : ଓକିଲ ସଂଘ ନିର୍ବାଚନ ପାଇଁ ୧୮ ପ୍ରତିଦ୍ୱନ୍ଦୀ

ପୁରୀ : ଓକିଲ ସଂଘ ନିର୍ବାଚନ ପାଇଁ ୧୮ ପ୍ରତିଦ୍ୱନ୍ଦୀ

89

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଶନିବାର ପ୍ରକାଶ ପାଇଛି। ୫ଟି କାର୍ଯ୍ୟକାରୀ କମିଟି ସଭ୍ୟ ପଦପାଇଁ ନାମାଙ୍କନ କରିଥିବା ଅନିଲ କୁମାର ସାହୁ ଅଶୋକ କୁମାର ପାଣିଗ୍ରାହୀ ଭଗବତ ପ୍ରସାଦ ପଟ୍ଟନାୟକ ବିଶ୍ୱଜିତ ପ୍ରଧାନ ଓ ସନ୍ତୋଷ କୁମାର ରାଉତ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ପଦପାଇଁ ଭଗବାନ ମିଶ୍ର ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟ ପ୍ରେମାନନ୍ଦ ମହାନ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ଉପସଭାପତି ପଦପାଇଁ ଦବେବନ୍ଦ୍ରନାଥ ମିଶ୍ର ଓ ରବିନାରାୟଣ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ସାଧାରଣ ସଂପାଦକ ପଦରେ ବହୁମୁଖୀ ଲଢେଇ ହେଉଛି। ଏହି ପଦବୀ ନିମନ୍ତେ ଆମାôରଞନ ମହାନ୍ତି ପ୍ରସନ୍ନ କୁମାର ମିଶ୍ର ସାରଦା ପ୍ରସାଦ ସାମଲ ଓ ସୁଶାନ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ଯୁଗ୍ମ ସଂପାଦକ ପଦ ନିମନ୍ତେ ବିଭୂଦତ ପଟ୍ଟନାୟକ ନରେଶ କୁମାର ମହାନ୍ତି ପ୍ରତାପ ଚନ୍ଦ୍ର ମହାପାତ୍ର ରାମଚନ୍ଦ୍ର ମହାପାତ୍ର ରତିକାନ୍ତ ପ୍ରତିହାରୀ ସଂଗ୍ରାମ କେଶରୀ ଦାଶ ସୁରେଶ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.