Home ଓଡ଼ିଶା ଏନପିଆର୍‌କୁ ବିରୋଧ

ଏନପିଆର୍‌କୁ ବିରୋଧ

367

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡିଶାରେ ଜାତୀୟ ଜନସଂଖ୍ୟା ପଞିକା ଏନପିଆରକୁ କାର୍ଯ୍ୟକାରୀ ନକରିବା ପାଇଁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିବା ନିମନ୍ତେ ଆମେ ଭାରତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଶନିବାର ମଙ୍ଗଳ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର କର୍ମକର୍ତା କହିଛନ୍ତି ଦେଶର ନାଗରିକଙ୍କ ପାଖରେ ଭୋଟ ପରିଚୟପତ୍ର ଆଧାରକାର୍ଡ ରେସନକାର୍ଡ ସହିତ ଜମିର ପଟ୍ଟା ପ୍ୟାନକାର୍ଡ ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ଭଳି ବହୁ ପ୍ରମାଣ ପତ୍ର ରହିଥିବା ବେଳେ ଜାତୀୟ ନାଗରିକ ପଞିକା ପ୍ରସ୍ତୁତିର ଆବଶ୍ୟକତା ନାହିଁ। ଓଡିଶାରେ ଅନୁିସୂଚିତ ଜାତି ଏବଂ ଜନଜାତିଙ୍କ ସଂଖ୍ୟା ପ୍ରାୟ ୪୦ ଭାଗ ଏବଂ ସାମାଜିକ ଆର୍ଥୀକ ପଛୁଆ ବର୍ଗକୁ ମିଶାଇଲେ ମୋଟ ଜନସଂଖ୍ୟାର ପ୍ରାୟ ୭୦ଭାଗ ଜନସାଧାରଣ ସାମାଜିକ ଓ ଅର୍ଥନୈତିକ ଭାବେ ପଛରେ ପଡିରହିଛନ୍ତି। ଏଭଳି ଏକ ଗରିବ ରାଜ୍ୟରେ ଏନ.ଆର.ସି ଏବଂ ଏନ.ପି.ଆରର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଧର୍ମ ନିରପକ୍ଷ ଗଣତାନ୍ତ୍ରୀକ ସମ୍ବିଧାନିକ ଭାଙ୍ଗି ଭାରତକୁ ଏକ ଧର୍ମୀୟ ରାଷ୍ଟରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଧର୍ମ ନାମରେ ଦେଶକୁ ଭାଗ ଭାଗ କରିଦେବ। ଜାତୀୟ ଜନସଂଖ୍ୟା ପଞିକା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବା ପ୍ରସ୍ତାବିତ ଜାତୀୟ ନାଗରିକ ପଞିକା ବାତିଲ କରିବା ଓ ଧର୍ମ ନିରପେକ୍ଷତା ଏବଂ ଗରିବ ବିରୋଧି ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀକାନ୍ତ ମହାନ୍ତି ଭୀମସେନ ସ୍ୱାଇଁ ମୋହନ ନାଇଡୁ ବଟକୃଷ୍ଣ ସ୍ୱାଇଁ ବାବୁଲି ନାୟକ ପବିତ୍ର ମୋହନ ଦଳାଇ ଅଶୋକ ସେଠୀ ଓ ତ୍ରିନାଥ ମହାରଣା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.