Home Top News ଚାଷୀ ଆନ୍ଦୋଳନ ପାଇଁ ଗଠିତ ସୁପ୍ରିମ କୋର୍ଟ କମିଟିର ପ୍ରଥମ ବୈଠକ ଆଜି, ବାହାରିବ କି...

ଚାଷୀ ଆନ୍ଦୋଳନ ପାଇଁ ଗଠିତ ସୁପ୍ରିମ କୋର୍ଟ କମିଟିର ପ୍ରଥମ ବୈଠକ ଆଜି, ବାହାରିବ କି ସମାଧାନର ବାଟ ?

31

ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) ତିନୋଟି କୃଷି ଆଇନ ଉପରେ ବିଚାର ବିମର୍ଷ ଏବଂ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ଏକ ଚାରିଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ପ୍ରଥମ ବୈଠକ ଆଜି ଅର୍ଥାତ୍ ମଙ୍ଗଳ ବାରଦିନ ଅନୁଷ୍ଠିତ ହେବାକୁ ଯାଉଛି। କମିଟି ସଦସ୍ୟ ଅନିଲ ଧନୱତ ସୋମବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗଗ୍ୟଯେ, ସୁପ୍ରିମକୋର୍ଟ ଏହି ତିନୋଟି ନୂତନ କୃଷି ଆଇନ ଉପରେ ରୋକ ଲଗାଇ ଏକ କମିଟି ଗଠନ କରିଛନ୍ତି।

ଏହି କମିଟିର ଜଣେ ସଦସ୍ୟ ଗଣମାଧ୍ୟମକୁ କହିଛନ୍ତିଯେ, “ଆମେ ମଙ୍ଗଳବାରଦିନ ବୈଠକ କରିବୁ। ଏଥିରେ କେବଳ କମିଟିର ସଦସ୍ୟମାନେ ସାମିଲ ହେବେ। ଆଲୋଚନା ସହ ଜଡିତ ପଏଣ୍ଟଗୁଡିକ ଉପରେ ଆମର ପାରସ୍ପରିକ ଆଲୋଚନା ହେବ ଏବଂ ତା’ପରେ ଭବିଷ୍ୟତର କାର୍ଯ୍ୟ ସ୍ଥିର ହେବ। ଜାନୁଆରୀ ୧୧ ରେ ସୁପ୍ରିମକୋର୍ଟ ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଗତ ୫୪ ଦିନ ଧରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ପ୍ରଦର୍ଶନ ଚାଲିଆସୁଅଛି।

ଧନୱାତଙ୍କ ବ୍ୟତୀତ ସର୍ବୋଚ୍ଚ ଅଦାଲତ, ଭାରତ କିସାନ ୟୁନିଅନର ସଭାପତି ଭୁପିନ୍ଦର ସିଂ ମାନ୍, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ ପ୍ରମୋଦ କୁମାର ଯୋଶୀଙ୍କୁ ଏହି କମିଟିର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।

ମାନ କିନ୍ତୁ ଏହି କମିଟିରୁ ନିଜକୁ ଦୂରେଇ ରଖିଛନ୍ତି। କୃଷି ଆଇନ ଏବଂ ବିରୋଧର ଶୁଣାଣି ପରେ ଦୁଇ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିବ।

ଅପର ପକ୍ଷରେ କୃଷକ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି। ଏଥିରେ କମିଟିର ସଦସ୍ୟମାନଙ୍କୁ ପୁନର୍ବାର ଚୟନ କରାଯିବା ପାଇଁ ଦାବି କରାଯାଇଛି। କୃଷକଙ୍କ ତରଫରୁ କୁହାଯାଇଛି ଯେ, କମିଟିର ବର୍ତ୍ତମାନର ତିନିଜଣ ସଦସ୍ୟ କୃଷି ଆଇନକୁ ସମର୍ଥନ କରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.