Home ଜିଲ୍ଲା ପରିକ୍ରମା ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ – ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ...

ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ – ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ସମର୍ଥ ବର୍ମା

19

ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁଣ୍ଡିଚା ମଣ୍ଡପ ଠାରୁ ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ଶୋଭାଯାତ୍ରାରେ ନିଜେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଭିଆଇପି ରୋଡ଼ ଓ ସ୍ୱର୍ଗଦ୍ୱାର ଦେଇ ଟାଉନ ଡଲ ନିକଟରେ ପହଞ୍ଚି ଥିଲା। ଏଥିସହ ସଡ଼କ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ। ଟ୍ରାଫଇକ ନିୟମ ପାଳନ ସହ ସୁରକ୍ଷିତ ଗାଡ଼ିଚାଳନା ଉପରେ ଜିଲ୍ଲାପାଳ ଓ ଅତିଥିମାନେ ଗୁରୁତ୍ୱ ଦେଇଥିଲେ। ଏତଦ୍‌ବ୍ୟତୀତ, ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଆସନ୍ତା କାଲି ବସ ମାଲିକ ସଂଘ ପକ୍ଷରୁ ବସ ଷ୍ଟାଣ୍ଡରେ ଗାଡ଼ିଚାଳକମାନଙ୍କ ନିମନ୍ତେ ଚକ୍ଷୁ ପରିକ୍ଷା ଶିବିର ଆୟୋଜନ କରାଯାଇଛି। ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ଟାଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ୱାଲ ପେଣ୍ଟିଂ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ୨୪ ତାରିଖ ସକାଳ ସମୟରେ ଗାନ୍ଧିଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗା ମେଢ଼, ଗୋଟି ପୁଅ ନାଚ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡ଼କ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ସଡ଼କ ସୁରକ୍ଷା ଉପରେ ହୋଡ଼ିଂ ଲଗାଯିବା ସହ ୧୦୦୦୦ ପ୍ରଚାର ପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ। ଚର୍କତୀର୍ଥ ରୋଡ଼ରୁ ନେତାଜୀ ଛକ ପର୍ଯ୍ୟନ୍ତ ୨୦ଟି ସଡ଼କ ସଚେତନତା କିଓସ୍କୋ ପ୍ରଦର୍ଶିତ କରାଯାଇଛି। ଏତଦ୍‌ବ୍ୟତୀତ ଆଜିଠାରୁ ପୋଲିସ ସ୍କ୍ୱାର୍ଡ଼ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଉଲ୍ଲଘନ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷଇକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରିକ୍ଷେକ ବାମଦେବ ସାହୁ, ଟ୍ରାଫିକ ଇନସ୍ପେକ୍ଟର ଗୋକୁଳାନନ୍ଦ ଦାସ, ସୁଶାନ୍ତ ପାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହୀନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱଚ୍ଛାସେବ, ବିଭିନ୍ନ ସଭାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.