Home Top News ମର୍ମନ୍ତୁଦ ଦୁର୍ଘଟଣା, ରାସ୍ତା କଡ଼ରେ ଶୋଇଥିବା ୧୩ ଜଣଙ୍କର ମୃତ୍ୟୁ

ମର୍ମନ୍ତୁଦ ଦୁର୍ଘଟଣା, ରାସ୍ତା କଡ଼ରେ ଶୋଇଥିବା ୧୩ ଜଣଙ୍କର ମୃତ୍ୟୁ

28

ସୁରତ ୧୯-୧ (ଓଡ଼ିଆ ପୁଅ) ଗୁଜୁରାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା, ରାସ୍ତା କଡ଼ରେ ଶୋଇଥିବା ଟ୍ରକ ଚୂର୍ଣ୍ଣ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟର ସୁରଟରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ସୋମବାର ସକାଳେ କୋସମ୍ବାରେ ଏକ ଟ୍ରକ ରାସ୍ତା କଡ଼ରେ ଶୋଇଥିବା ୧୮ ଜଣଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁଜୁରାଟ ପୋଲିସର ସୂଚନାନୁସାରେ, ସମସ୍ତେ ଶ୍ରମିକ ଥିଲେ ଏବଂ ରାଜସ୍ଥାନରୁ ଆସିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୧୨ ଟା ସମୟରେ ଏହି ଘଟଣା ଘଟିଥିଲା। ଦ୍ରୁତ ଗତିରେ ଯାଉଥିବା ଡମ୍ପର ଡ୍ରାଇଭର, ଏକ ଆଖୁ ବୋଝେଇ ଟ୍ରାକ୍ଟରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଧକ୍କା ଯୋଗୁଁ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ରାସ୍ତାରେ ଶୋଇଥିବା ଶ୍ରମିକମାନଙ୍କ ଓଲଟିଯାଇଥିଲା। ଏହି କାରଣରୁ ଏହି ଦୁର୍ଘଟଣାରେ ତେର ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.