Home ଓଡ଼ିଶା ରାସ୍ତା କଡରେ ମାଛ ଓ ମାଂସ ବିକ୍ରିକୁ ନିଷେଧ କରାଯାଉ

ରାସ୍ତା କଡରେ ମାଛ ଓ ମାଂସ ବିକ୍ରିକୁ ନିଷେଧ କରାଯାଉ

226

ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରମୁଖ ଶ୍ରୀକ୍ଷେତ୍ରରେ ପୂର୍ବରୁ ନିର୍ଦ୍ଧିଷ୍ଟ ମାର୍କେଟରେ ମାଛ ଓ ମାଂସ ବିକ୍ରି କରାଯାଉଥିଲା। କିନ୍ତୁ ଏବେ ଶ୍ରୀକ୍ଷେତ୍ରର ବିଭିନ୍ନ ରାସ୍ତା କଡ ଫୁଟପାଥ ମାଛ ମାର୍କେଟ ରେ ପରିଣତ ହୋଇଛି। କଲେଜ ଛକ ମୋଚ୍ଚିସାହି ବଡଶଙ୍ଖ ଷ୍ଟେସନ ଘୋଡାବଜାର ଓ କମଳା ଦେବୀ ହସପିଟାଲ ପଛପଟେ ମାଛ ମାର୍କେଟ ଗଢି ଉଠିଥିବା ଯୋଗୁଁ ସେଠାରେ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେଉଛି। କରୋନା ପାଇଁ ବିଭିନ୍ନ ସ୍ଥାନରେ ଅଧିକ ଲୋକ ଏକତ୍ରିତ ନହେବା ପାଇଁ କୁହାଯାଇଥିଲେ ସୁଧା କଲେଜ ଛକରେ ବିକ୍ରି ହେଉଥିବା ମାଛ ଦୋକାନ ଗୁଡିକରେ ଅଧିକ ଲୋକ ରୁଣ୍ଡ ହେଉଥିବା ଦେଖାଯାଏ। ସେହିପରି ଛେଳୀ ମାଂସ ଓ କୁକୁଡା ମାଂସ ରାସ୍ତା ଉପରେ ଖୋଲା ଖୋଲି ଭାବେ ବିକ୍ରି କରାଯାଉଥିବା ଯୋଗୁଁ ଉକ୍ତ ରାସ୍ତା ଦେଇ ଯାଉଥିବା ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଉପରେ ଏହାର କୁ ପ୍ରଭାବ ପଡୁଥିବା ଅଭିଯୋଗ ହେଉଛି। ପୌରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଛ ଓ ମାଂସ ବିକ୍ରି କୁ ବନ୍ଦ କରି ନିଦ୍ଧିଷ୍ଟ ସ୍ଥାନରେ ବିକ୍ରି କରିବା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.