Home ଓଡ଼ିଶା ମାଲକାନଗିରିରେ ମୃଦ୍ୟୁ ଭୂମିକମ୍ପ – ସହରବାସୀ ଭୟଭୀତ

ମାଲକାନଗିରିରେ ମୃଦ୍ୟୁ ଭୂମିକମ୍ପ – ସହରବାସୀ ଭୟଭୀତ

267

ମାଲକାନଗିରି ୨୧-୩ (ଓଡ଼ିଆ ପୁଅ) : ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ୧୪ ମିନିଟ୍‌ ୪୫ ସେକେଣ୍ଟ ସମୟରେ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ଅନୁଭୂତ ହେବା ପରେ ସହରରେ ଲୋକମାନେ ଭୟରେ ଘରୁ ବାହାରକୁ ଆସିଥିଲେ। କିନ୍ତୁ କୌଣସି ବିଶେଷକ୍ଷତିର ଖବର ଆସିନାହିଁ। କିନ୍ତୁ କେତେକ ସ୍ଥାନରେ କାନ୍ଥ ଫାଟିଥିବାର ଜଣାପଡ଼ିଛି। ଏହି ଭୂମିକମ୍ପର କେନ୍ଦ୍ର ଓଡିଶା-ଛତିଶଗଡ ସୀମା ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.