Home ଅପରାଧ ନିଶା କାରୋବାର ଅଭିଯୋଗରେ ୪ ଗିରଫ

ନିଶା କାରୋବାର ଅଭିଯୋଗରେ ୪ ଗିରଫ

167

ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଦେଶୀ ମଦ ଦ୍ରବ୍ୟ କାରବାର ଲାଗି ଶ୍ରୀକ୍ଷେତ୍ର ଏବେ ଭୂସ୍ୱର୍ଗ ପାଲଟିଛି। ସହରରେ ଏଭଳି ମାରାତ୍ମକ ନିଶାର ବହୁଳ ବ୍ୟବହାର ଜନଜୀବନ କୁ ଅସ୍ତବ୍ୟସ୍ତ କରିଛି। ଏହା କୁ ରୋକିବା ପାଇଁ ସାହି ଗଳି ରେ କେତେକ ସ୍ୱେଛାସେବୀ ଯୁବକ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ବୁଧବାର ସ୍ଥାନୀୟ କେତେକ ଯୁବକ ଧରି ବ୍ରାଉନ ସୁଗାର ସହ ସେମାନଙ୍କୁ କୁମ୍ଭାର ପଡା ଥାନାରେ ଜିମା ଦେଇଥିଲେ। ମାତ୍ର ସେମାନଙ୍କ ଠାରୁ ପୁଲିସ ବ୍ରାଉନ ସୁଗାର ଜବତ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ମଦ ବିକ୍ରି କରୁଥିବା ମାମଲାରେ ଗିରଫ କରି କୋର୍ଟ କୁ ଚାଲାଣ କରାଯାଇଥିଲା। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ତାହା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି। ଏଣ୍ଡିପିଏସ ଆଇନରେ ଥିବା ବ୍ୟବସ୍ଥା ମୁତାବକ ଅଭିଯୁକ୍ତ ମାନଙ୍କ ଠାରୁ ଆବଶ୍ୟକ ପରିମାଣର ବ୍ରାଉନ ସୁଗାର ଜବତ ହୋଇଥିବା ଯୋଗୁଁ ପୁଲିସ ପକ୍ଷରେ, ମାମଲା କରିବା ସମ୍ଭବ ନହେବାରୁ ଦେଶୀ ମଦ ବିକ୍ରି କରୁଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ସ୍ୱୀକାର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.