Home ଅପରାଧ ମୃତ୍ୟୁ ସହିତ ସଂଗ୍ରାମ କରି ହାରିଗଲେ ମହିଳା: ଦୁଷ୍କର୍ମ ହୋଇଛି; ପ୍ରମାଣ କରିବାକୁ ନଗ୍ନ ଫଟୋ...

ମୃତ୍ୟୁ ସହିତ ସଂଗ୍ରାମ କରି ହାରିଗଲେ ମହିଳା: ଦୁଷ୍କର୍ମ ହୋଇଛି; ପ୍ରମାଣ କରିବାକୁ ନଗ୍ନ ଫଟୋ ସବୁ ପବ୍ଲିକ୍ କରିଦେବାକୁ ଇଛା ହେଉଛି – ରୄତୁପୂର୍ଣ୍ଣା

1082

ଭୁବନେଶ୍ୱର: ମାତୃ ଦିବସ ପାଳନ ସମୟରେ ଜଣେ ଦୁଷ୍କର୍ମ ଶୀକାର ଅଭିଯୋଗ ହୋଇଥିବା ପିଡ଼ି଼ତା ଆଦିବାସୀ ମହିଳା ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କୁ କ୍ଷତାକ୍ତ ଏବଂ ଅଚେତ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କୁ ଦୁଷ୍କର୍ମ କରି ସେ ଅଚେତ ହୋଇଯିବା ପରେ ଅଭିଯୁକ୍ତ ତାଙ୍କୁ ଛାଡ଼ିଦେଇ ପଳାଇଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରାୟ ୫/୬ ଦିନ ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଶେଷରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲା ଟେକବାଡ଼ି ସାହିରେ ରହୁଥିବା ଜଣେ ଗରିବ ଆଦିବାସୀ ମହିଳା ପୁଲିସ କ୍ୟାଣ୍ଟିନରେ କାମ କରୁଥିଲେ। ତେବେ, ଗତ ୭ ତାରିଖ ଦିନ ମହିଳା ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ନିଜ ଘରେ ପଡ଼ିଥିବାର କିଛି ଲୋକ ଦେଖି ପୁଲିସ କ୍ୟାଣ୍ଟିନ ପରିଚାଳକଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବାରୁ କ୍ୟାଣ୍ଟିନ ମାଲିକ ମହିଳାଙ୍କ ସ୍ୱାମୀଙ୍କୁ ଏ’ ସଂପର୍କରେ ଜଣାଇବା ପରେ ଉଭୟେ ମିଶି ମହିଳା ଜଣଙ୍କୁ ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ମହିଳାଙ୍କ ମୁହଁ, ଛାତି, ବେକ, ପିଠି ଆଦି ଅନେକ ସ୍ଥାନରେ ଗଭିର କ୍ଷତ ଥିବା ଲକ୍ଷ କରାଯାଇଥିଲା। ଚେତା ନଫେରିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବା ନିମନ୍ତେ ଡାକ୍ତରମାନେ ପରାମର୍ଶ ଦେଇଥିଲେ।

ଦୁଷ୍କର୍ମ ହୋଇଛି; ପ୍ରମାଣ କରିବାକୁ ନଗ୍ନ ଫଟୋ ସବୁ ପବ୍ଲିକ୍ କରିଦେବାକୁ ଇଛା ହେଉଛି –
ତେବେ, ଏହା ସହିତ ସ୍ଥାନୀୟ ମା’ ଘର ସ୍ବେଛାସେବୀ ସଙ୍ଗଠନ ମହିଳାଙ୍କ ସହଯୋଗରେ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏକ ଅଭିଯୋଗ କରିଥିଲେ। ଏହାକୁ ନେଇ ମାଲକାନଗିରି ଥାନାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୩/ ୩୭୬ ଅନୁଯାୟୀ ୧୪୨/ ୨୦ରେ ଏକ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି। ତେବେ, ମହିଳାଙ୍କ ସ୍ୱାମୀଙ୍କ ଠାରୁ ପୋଲିସ୍ ମୋବାଇଲ ଛଡ଼ାଇ ନେବା ଅଭିଯୋଗ ଆଣିବା ସହିତ ଏହି ଘଟଣାକୁ ନେଇ ପୋଲିସ ଏବଂ ଡାକ୍ତରଙ୍କ ଭୂମିକା ଉପରେ ଅନେକ ପ୍ରଶ୍ନ ଉଠାଇ ମହିଳା ଜଣଙ୍କ ସହିତ ଦୁଷ୍କର୍ମ ହୋଇଛି, କିନ୍ତୁ ଉଭୟ ପୋଲିସ୍ ଏବଂ ଡାକ୍ତର ମିଛ କହୁଛନ୍ତି ବୋଲି ଅଭିଯୋଗ ଆଣି ପ୍ରମାଣ କରିବା ପାଇଁ ମହିଳା ଜଣଙ୍କର ନଗ୍ନ ଫଟୋ ସବୁ ପବ୍ଲିକ କରିଦେବାକୁ ଇଛା ହେଉଛି ବୋଲି କହିଛନ୍ତି ମା’ ଘର ଅଧ୍ୟକ୍ଷା ରୄତୁପୁର୍ଣ୍ଣା ମହାନ୍ତି। ଏହା କୁନ୍ଦୁଲି ଘଟଣାର ପୁନରାବର୍ତ୍ତୀ ବୋଲି କହିବା ସହ ମହିଳା ଜଣଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସବୁ ସ୍ତର ଯାଏଁ ଉଦ୍ୟମ କରିବି ବୋଲି କହିଛନ୍ତି ରୄତୁପୁର୍ଣ୍ଣା ମହାନ୍ତି। /- ଦେବଦତ୍ତ ରଥ
https://odiapua.com/ଜାଣନ୍ତି-କି-ସଂସାରରେ-ସବୁଠା/

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.