Home ଓଡ଼ିଶା କୁକୁଡା ଫାର୍ମ ବର୍ଜ୍ୟବସ୍ତୁ ଯୋଗୁଁ ଚାଷୀ ଚର୍ମରୋଗରେ ପିଡିତ

କୁକୁଡା ଫାର୍ମ ବର୍ଜ୍ୟବସ୍ତୁ ଯୋଗୁଁ ଚାଷୀ ଚର୍ମରୋଗରେ ପିଡିତ

237

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୫-ଦିନକୁ ଦିନ ରାଜ୍ୟ ଓ ଗ୍ରାମାଂଚଳର ଜଳବାୟୁ ପ୍ରଦୁଷିତ ହେବାରେ ଲାଗୁଛି । ଗ୍ରାମାଂଚଳରେ ପ୍ରଦୁଷିତ ଜଳବାୟୁକୁ ନେଇ ମଣିଷ ସମାଜ ବିଭିନ୍ନ ରୋଗରେ ପିଡିତ ହେଉଛି । ସେହିଭଳି ଏକ ପ୍ରଦୁଷଣ ଯୁକ୍ତ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଜଙ୍କିଆ ଗ୍ରାମ ପଂଚାୟତରେ । ସରକାରଙ୍କ ଯୋଜନା ରେ ପ୍ରୋତ୍ସାହିତ ହୋଇ ଜଣେ ଯୁବ ଉଦ୍ୟୋଗୀ ଲେୟାର କୁକୁଡା ଫାମ୍‌ର୍ ଜଙ୍କିଆ ଗ୍ରାମ ନିକଟରେ କରିଛନ୍ତି । ସେହି ଲେୟାର କୁକୁଡା ଫାର୍ମ ର ବର୍ଜ୍ୟ ବସ୍ତୁ ଚାଷ ଜମି ଅଂଚଳରେ ମାଡିବା ଯୋଗୁଁ ଚାଷ ଜମିରେ କାର୍ଯ୍ୟ କରୁଥିବା କୃଷକ ମାନେ ଚର୍ମ ରୋଗରେ ପିଡୀତ ହେଉଛନ୍ତି । ଯାହା ଫଳରେ ଭୟ କରି ଜମି ଚାଷ କରିବାକୁ ଯାଉନାହାନ୍ତି । ଏକର ଏକର ଚାଷ ଜମି ପଡିଆ ପଡିଛି । ଏହିଭଳି ଜଙ୍କିଆ, ଅରଖପଦା ଓ ଓସ୍ତପଡା ଗ୍ରାମର କୃଷକମାନେ ଚର୍ମ ରୋଗରେ ପିଡୀତ ହେଉଛନ୍ତି । ଫାର୍ମ ର ବର୍ଜ୍ୟ ବସ୍ତୁ ଦୁର୍ଗନ୍ଧରେ ଜଳବାୟୁ ବର୍ଷା ହେଲେ ଅଧିକ ପ୍ରଦୁଷିତ ହେଉଛି । ଏକ ପ୍ରକାର ମାଛି ସୃଷ୍ଟି ହୋଇ ଘର ଭିତରେ ପଶି ଅସ୍ତ ବ୍ୟସ୍ତ କରି ପକାଉଛନ୍ତି । ଏ ସମ୍ପର୍କେ ଗ୍ରାମବାସୀଙ୍କ ତରଫରୁ ନୟାଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ ହୋଇଛି । ନୟାଗଡ ଜିଲ୍ଲା ପଶୁଧନ ଚିକିତ୍ସା ଅଧିକାରୀଙ୍କ ରିପୋର୍ଟ ପରେ ଜିଲ୍ଲାପାଳ ସମ୍ପୃକ୍ତ ଫାର୍ମ ମାଲିକଙ୍କୁ ବର୍ଜ୍ୟ ବସ୍ତୁର ସୁପରିଚାଳନା ପାଇଁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କେ ଜଙ୍କିଆର ଚାଷୀ ନଟବର ସେଠୀ କୁହନ୍ତି ଏ କମ୍ପାନୀ ଯୋଗୁଁ ଚର୍ମ ରୋଗ ଭୟରେ ତାଙ୍କର ଆଠ ପା ଜମି ଆଉ ଚାଷ କରୁନାହାନ୍ତି । ସେହିଭଳି ଅନେକ ଚାଷୀ ଅଭିଯୋଗ କରନ୍ତି । ଜଙ୍କିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ବିଚିତ୍ରା ନନ୍ଦ ସେନାପତି କୁହନ୍ତି ଆମ୍ଭେ ସମିତି ବୈଠକରେ ଓ ରଣପୁର ପଶୁଧନ ଚକିତ୍ସା ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଅଛୁ । ଏ ସମ୍ପର୍କେ ରଣପୁର ଅତିରିକ୍ତ ପଶୁଧନ ଚିକିତ୍ସା ଅଧିକାରୀ ଶୈଳେଶ କୁମାର ମହାନ୍ତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ପ୍ରକୃତରେ ଫାର୍ମର ବର୍ଜ୍ୟ ବସ୍ତୁରୁ ଚର୍ମ ରୋଗ ବ୍ୟାପୁଛି ।

ଏ ସମ୍ପର୍କେ ଜଙ୍କିଆ ସରପଂଚ ରତ୍ନ ମଂଜରୀ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରୁ ସମସ୍ୟାର ତଦନ୍ତ କରି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉ । ଲେୟାର କୁକୁଡା ଫାର୍ମର ମାଲିକ ବନ୍ଦନ ମହାନ୍ତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପାଖରେ ପଲ୍ୟୁସନ୍ ଫ୍ରୀ ସାର୍ଟିଫିକେଟ ରହିଅଛି । ଆମ୍ଭର ପ୍ରକଳ୍ପରେ ବର୍ଜ୍ୟବସ୍ତୁ ପରିଚାଳନାର କାର୍ଯ୍ୟ ନଥିଲା । କିନ୍ତୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେବାରୁ ଆମ୍ଭେ ଏବେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କାର୍ଯ୍ୟ ଆରମ୍ଭ କରିଅଛୁ । କିନ୍ତୁ ଚାଷୀମାନଙ୍କ ମଧ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡକୁ ଆଭିଯୋଗ କରିବା ପାଇଁ ପ୍ରାସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୁଷଣ ବୋର୍ଡ ଏଥିପ୍ରତି ଦୃଷ୍ଟି ଦେବାକୁ କ୍ଷତି ଗ୍ରସ୍ତ ଚାଷୀମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.