ad
ଜିଲ୍ଲା ପରିକ୍ରମା

ଆଦର୍ଶ ଶିକ୍ଷକ ମିର୍ଜା ହମିଦ୍ ବେଗ୍ ଙ୍କ ପରଲୋକ

ଭୁବନେଶ୍ୱର, ୨୩ା୦୭ (ଓଡ଼ିଆ ପୁଅ) : ସ୍ଥାନୀୟ ମହାରଥା ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମିର୍ଜା ହମିଦ୍ ବେଗ୍ ଙ୍କ ଆଜି ତାଙ୍କ ହରିଦାସପୁର ବାସଭବନରେ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁତ୍ର, କନ୍ୟା, ଭାଇ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ମହାରଥା ବିଦ୍ୟାପୀଠରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ହମିଦ୍ ସାର୍ ସେହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଥିଲେ। ଜଣେ ଛାତ୍ରବତ୍ସଳ ଓ ସ୍ନେହୀ ଶିକ୍ଷକ ଭାବରେ ଉତ୍ତମ ଶିକ୍ଷାଦାନ ଦ୍ୱାରା ସେ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ। ତାଙ୍କ ପରଲୋକ ଖବର ପାଇ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଓ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ପରଲୋକରେ ତାଙ୍କ ପ୍ରିୟ ଛାତ୍ର ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭାଗୀରଥି ବଡ଼ଜେନା, ଶିକ୍ଷାବିତ୍ ଓ ବାଲ୍ୟବନ୍ଧୁ ପ୍ରଦୀପ୍ତ ଛୋଟରାୟ, ତ୍ରିଲୋଚନ ପଣ୍ଡା, ପଣ୍ଡିତ ଉଦୟନାଥ ରଥ, ଅରୁଣ ଶ୍ରୀଚନ୍ଦନ, ଶତ୍ରୁଘ୍ନ ସାହୁ, ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ସମବାୟ ସଂଗଠକ ଅକ୍ଷୟ କୁମାର ଲେଙ୍କା, ଦୀପ୍ତିରଂଜନ ପଣ୍ଡା, ନିହାର ରଂଜନ ପଣ୍ଡା, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ପୂର୍ବତନ କର୍ପୋରେଟର ସୁକୁମାର ସାହୁ, ଗାୟତ୍ରୀ ଲେଙ୍କା, ଜ୍ୟୋତ୍ସ୍ନାରାଣୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧିରେନ୍ କର, ଆଡ୍ ଭୋକେଟ୍ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ସ୍ଥାନୀୟ କବରଖାନାରେ ସମ୍ପାଦିତ ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top