Home ଓଡ଼ିଶା ବାହୁଡା ସରିଲା ବିହୁଡା ନ ହୋଇଲା : କୋଲାବିରା ବ୍ଲକ୍ ରେ ମରୁଡି ର ପଦଧ୍ୱନି...

ବାହୁଡା ସରିଲା ବିହୁଡା ନ ହୋଇଲା : କୋଲାବିରା ବ୍ଲକ୍ ରେ ମରୁଡି ର ପଦଧ୍ୱନି – ବର୍ଷାନାହିଁ ଚିନ୍ତାରେ ଚାଷୀ

171

କୋଲାବିରା, ୨୩।୭ (ଓଡିଆ ପୁଅ/ ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା ର୍ କୋଲାବିରା ବ୍ଲକ୍ ଅଂଚଳରେ ବର୍ଷା ଋତୁରେ ବି ନିୟମିତ ବର୍ଷା ନହେବା ଚାଷୀଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଛି। କଳାମେଘ ଉଠୁଛି ହେଲେ ଆଶାନୁରୁପ ବର୍ଷା ହେଉନାହିଁ। ଅସରାଏ ବର୍ଷିଲେ ପୁଣି ସବୁଆଡେ ଶୁଖିଲା। ଅଚଂଳର ର ଧାନଚାଷ ଉପରେ ଚଳିତ ବର୍ଷ ସତେ ଯପେରି ଶନି ଦୃଷ୍ଟି ପଡିଯାଇଛି। ଅନିୟମିତ ବର୍ଷା ଯୋଗୁଁ ଚଳିତ ଖରିଫ ଋତୁରେ ଚାଷ ର ସ୍ଥିତି ଅତି ଗମ୍ଭିର ଆକାର ଧାରଣ କରିଛି। ଆଷାଢ ଯାଇ ଶ୍ରାବଣ ଆସିଗଲା। ବାହୁଡା ଯାତ୍ରା ମଧ୍ୟ ସରିଗଲା ହେଲେ କୋଲାବିରା ଅଂଚଳରେ ଧାନବେଉଷଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। କାଁ ଭାଁ ଖାଳୁଆ ଜମିରେ ରୂଆକାମ ଯେନତେନ ପ୍ରକାରେ ବହୁକଷ୍ଟରେ ଚାଲିଥିବାର ଦେଖାଯାଉଛି। ଏହି ବ୍ଲକ୍ ରେ ମୋଟ ୧୮ ଟି ଉଠା ଜଳସେଚନ ପଏଂଟ ରହିଛି ସେଥିମଧ୍ୟରୁ ମାତ୍ର ୭ଟି କାର୍ଯ୍ୟକ୍ଷମ ରହିଛି ବାକି ସବୁଯାକ ଦୀର୍ଘବର୍ଷ ହେଲା ଅଚଳ ହୋଇପଡିରହିଛି। ସମାସିଂହା, ଅମନାପାଲି ଏବଂ ପରମାଣପୁର ଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନୁତନ ଭାବରେ ନିର୍ମାଣ ହୋଇଛି ମାତ୍ର ସେଗୁଡିକ ମଧ୍ୟ ଠିଖ ଭାବହର କାର୍ଯ୍ୟକ୍ଷକ ହୋଇପାରିନାହିଁ। ଜଳସେଚନର ଆଦୈା ସୁବିଧା ନଥିବା ଯୋଗୁଁ ସମଗ୍ର ବ୍ଲକ୍ ଅଂଚଳ ର ଚାଷୀ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି। ବର୍ଷା ଠିକ୍ ହେଲେ ଫସଳ ଭଲ ନ ହେଲେ ମରୁଡି। ବିଗତ ୫ ବର୍ଷ ହେଲା ଏ ଅଂଚଳ ରେ ଅନିୟମିତ ବର୍ଷା ଯୋଗୁଁ କ୍ରମାଗତ ମରୁଡି ଚାଷୀର ଆର୍ଥିକସ୍ଥିତି କୁ ଦୋହଲାଇ ଦେଇଛି। ସରକାର ଜମିକୁ ଜଳ ସ୍ଲୋଗନ ଦେଉଛନ୍ତି। କିନ୍ତୁ କୋଲାବିରା ବ୍ଲକ୍ ଅଂଚଳରେ ଜମିକୁ ଜଳ ସ୍ୱପ୍ନ ପାଲଟିଯାଇଛି। ବ୍ଲକ୍ ର ଗୋଟିଏ ପଟେ ଭେଡେନ ନଦୀ ଏବଂ ଅନ୍ୟପଟେ ତେଲେନ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ମରୁଡି ରେ ଚାଷ କ୍ଷତିଗ୍ରସ୍ତ ହେଉଛି। ଏହାଠାରୁ ଆଉ ଚରମ ବିଡମ୍ବନା କଣ ଥାଇପାରେ। ବିକ୍ଷିପ୍ତ ବର୍ଷା ଯୋଗୁଁ ଜୁଲାଇ ଶେଷ ସୁଦ୍ଧା ଅଂଚଳରେ ଆବଶ୍ୟକ ରୂଆ ବେଉଷଣ ହୋଇପାରିନାହିଁ। ବର୍ଷାର ଘୋର ଅଭାବରୁ ଜୁଲାଇ ମାସ ସରିବାକୁ ବସିଲାଣି ଚାଷୀ ଖରିଫ ଋତୁ ପାଇଁ ଚାଷକାର୍ଯ୍ୟ ଠିକ୍ ଭାବରେ ଆରମ୍ଭ କରିପାରିନାହିଁ. ବର୍ଷାଭାବ ଯୋଗୁଁ ଚଳିତ ବର୍ଷ ଚାଷ କାର୍ଯ୍ୟର ଘୋର ବ୍ୟତିକ୍ରମ ଦେଖିବାକୁ ମିଲୁଛି। ବିଡମ୍ବିତ ମୈାସୁମୀ, ଅନିୟମିତ ବର୍ଷା ତଥା ନିଶ୍ଚିତ ମରୁଡି ଆଶଙ୍କାରେ ଚାଷୀକୂଳ ହତାଶପ୍ରାୟ। ଅଣଜଳସେଚିତ ଏହି ଅଂଚଳରେ ଅଧିଙ୍କାଶ ଜମିରେ ଏପର୍ଯ୍ୟନ୍ତ ଚାଷ କାମ ଆରମ୍ଭବି ହୋଇପାରିନାହିଁ। ଏପଟେ ଅନ୍ୟ ଉପାୟନପାଇ ଧାରକରଜ କରି ଚାଷୀ ଜମି ପ୍ରସ୍ତୁତି ସହ ବିହନ ଯୋଗାଡରେ ଅନେକ ଖର୍ଚ୍ଚ କରିସାରିଛି। ଫଳରେ ଖରିଫ ଋତୁରେ ଚାଷୀ ଦୁର୍ଦ୍ଧଶାର ସମ୍ମୁଖୀନ ହେଲାଣି। ସେହିପରି କ୍ରମାଗତ ଭାବରେ ବିଗତ କିଛିବର୍ଷ ହେଲେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କର ଅଂଟା ସଲଖି ପାରିନଥିବା ବେଲେ ଚଳିତ ବର୍ଷ ବର୍ଷାର ଅଭାବ ଦେଖି ନିଶ୍ଚିତ ମରୁଡିର ଆଶଙ୍କା ରେ ଚାଷୀ ଆତଙ୍କିତ ହୋଇପଡିଛି ଏବଂ ଚାଷ କାମକୁ ଆଗେଇବା ପାଇଁ ଚାଷୀ ଚାତକପକ୍ଷୀ ପରି ବର୍ଷାକୁ ଚାହିଁ ବସିଛି।

କୃଷି ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ କୋଲାବିରା ବ୍ଲକ୍ ର ୯ଟି ପଂଚାୟତ ର ମୋଟ ଚାଷଜମିର ପରିମାଣ ୧୫୧୫୦ହେକ୍ଟର।ସେଥିମଧ୍ୟରୁ ୮୭୩୦ ହେକ୍ଟର ଧାନ ଏବଂ ୬୪୨୦ ହେକ୍ଟର ଜମିରେ ଅଣଧାନଚାଷ ହୋଇଥାଏ।ଚଳିତ ବର୍ଷ ୮୭୩୦ ହେକ୍ଟର ମଧ୍ୟରୁ ୬୧୧୫ ହେକ୍ଟର ଜମିରେ ଧାନବୁଣା ଯାଇଥିବା ବେଲେ ୨୬୧୫ ହେକ୍ଟର ଜମିରେ ଧାନରୂଆ ପାଇଁ ଲକ୍ଷଧାର୍ଯ୍ୟ ରଖାଯାଇଛି।

ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦିଭଲ ବର୍ଷା ନହୁଏ ତେବେ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ତେବେ ଏଭଲି ସ୍ଥିତି ଜାରି ରହିଲେ କ୍ରମାଗତ ମରୁଡିରେ ଚାଷୀ ତଳିତଳାନ୍ତ ହୋଇଯିବା ଅଶଂକା ପ୍ରକାଶ ପାଇବା ସହିତ ମରୁଡି ପ୍ରପିଡିତ କୋଲାବିରା ବ୍ଲକ୍ ରେ ଏଥର ମଧ୍ୟ ଫସଳହାନୀ ଆଶଙ୍କା ଜଳଜଳ ହୋଇ ଦେଖାଗଲାଣି। ବ୍ଲକ ଅଂଚଳର ଚାଷୀ ଏକ ଉତ୍କଟ ମରୁଡିର ସମ୍ମୁଖୀନ ହେବାକୁ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଭାଲେଣି ପଡିଯାଇଛି।

୧- ପ୍ରେମସାଗର ଧୁରୁଆ (ରେଙ୍ଗାଲପାଲି)-ବିଲମ୍ବିତ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଅନେକ ପଛରେ ପଡିରହିଛି ଦେଖାଯାଉ ଅଗକୁ କଣ ହେବ କିନ୍ତୁ ଚଳିତ ବର୍ଷ ଧାନ ଅମଳ କୁ ନେଇ ସନେ୍ଧହ। ଏପରିକି ଅନେକ ସ୍ଥାନରେ ଜମିଫାଟି ଆଁ କରିସାରିଲାଣି।

୨- ଈଶ୍ୱର ମହାନନ୍ଦିଆ(ଭଙ୍ଗାମୁଣ୍ଡା) ପୂର୍ବତନ ସମ୍ପାଦକ କୋଲାବିରା ଏସସିଏସ- ଏ ବର୍ଷ ଚାଷ ଆମ ଅଂଚଳରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ଅଶଂକା ରହିଛି। ବର୍ଷା ନାହିଁ ଚାଷୀ ଚାହିଁ ବସିଛି ବର୍ଷାକୁ ମାତ୍ର ଆକାଶରେ ମେଘର ଦେଖାନାହିଁ। ଚାଷ ନହେଲେ ଆମେ ମାନେ ଭୋକରେ ଉପାସରେ ଦିନ କାଟିବୁ ଭଲି ବୁଝାପଡୁଛି। ଭଗବାନ କରନ୍ତୁ ବର୍ଷା ଶୀଘ୍ର ଏବଂ ଠିକ୍ ଭାବରେ ହେଉ।

୩-କିର୍ତି ନେଟି (କୋଲାବିରା) – ଭଗବାନଙ୍କ ଭରଷାରେ ରହିଛୁ। ବର୍ଷାକୁ ଅପେକ୍ଷା କରିଛୁ। ବର୍ଷାନହେଲେ ଭାଗ୍ୟକୁ ଆଦରି ପଡିରହିବୁ। ପିଲାଛୁଆ ଭୋକରେ ରହିବେ କାରଣ ଚାଷ ଜମିଛଡା ମୋପାଖରେ କୁଟୁମ୍ବ ପୋଷିବାର ଅନ୍ୟ ପନ୍ଥା ନାହିଁ।

୪- ହରିବଂଶ ପ୍ରଧାନ (ଦଣ୍ଡାବୁଡା)ପରିବେଷବିତ୍ ତଥା ପୂର୍ବତନ ଅଧ୍ୟକ୍ଷ ପିଏସ କଲେଜ କୋଲାବିରା- ଚଳିତ ବର୍ଷ ବର୍ଷା ଦାଉ ସାଧିଲାପରି ଚାଷୀଙ୍କୁ ଗ୍ରାସିବାରେ ଲାଗିଛି। ମୋର ୧୪ ଏକର ଚାଷ ଜମି ରୁ ଅଧାତିଆ ଏବେବି ପଡିଆ ପଡିରହିଛି। ମୋର ଅନେକ ଜମିରେ ବୁଣା ହୋଇଥିବା ଧାନ ଗଜା ମଧ୍ୟ ହୋଇପାରିନାହିଁ ବର୍ଷା ଅଭାବରୁ।

୫- ଦୁଃଖବନ୍ଧୁ ସାହୁ (କୁଲୁପାଲି)- ଭାଗ ଜମି ନେଇ ଚାଷ କରିବାକୁ ଆଗେଇଥିଲେ ମହାଜନ ଠାରୁ କିଛି କରଜ ମଧ୍ୟ ନେଇଛି ଧାନ ବିହନ କିଣିଲା ବେଲକୁ କିନ୍ତୁ ଏବେ ମୁ କଣଯେ କରିବି କିଛି ବୁଦ୍ଧି ଦିଶୁନାହିଁ। ନିଜର ଏବଂ ଭାଗ ମିସି ୫ ଏକର ଧାନ ଚାଷ ପାଇଁ ତଲି ପକେଇଥିଲି ହେଲେ ତଳି ଧାନ ବୁଢା ହେବାକୁ ବସିଲାଣି କିନ୍ତୁ ପାଣିର ଘୋର।ଭାବ ଯୋଗୁଁ ରୁଆ କାର୍ଯ୍ୟ କରିପାରୁନାହିଁ।

୬- ମନୋଜ ଧୁରୁଆ (କୁଲିହାମାଲ)- ବର୍ଷାଭାବରୁ ଏ ବର୍ଷ ଆମେ ଭୋକ ଉପାସରେ ମରିବା ସାର ହେବ କାରଣ ଏପର୍ଯ୍ୟନ୍ତ ଘୋର ବର୍ଷା ହେବାର ଲକ୍ଷଣ ଦେଖାଯାଉନାହିଁ। ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ବାତ୍ୟା ହେବାରେ ଲାଗିଛି କିନ୍ତୁ ଆମ ଅଂଚଳରେ ବର୍ଷାନାହିଁ। ଭଗବାନ ବୋଧହୁଏ ଆମ ଉପରେ କୋପ କରିଛନ୍ତି। କାଁ ଭାଁ କଉଠି ପାଣିମାଡିଥିଲା ସେଥିରେ ଯାହା ଚାଷ ହୋଇଛି କିନ୍ତୁ ତାହା ମଧ୍ୟ ସମାପ୍ତ ହେବା ଉପରେ। ସମବାୟ ସମିତିରୁ ଋଣ କରିଛି ହେଲେ ଏପରି ଅବସ୍ଥାରେ କିପରି ପରିଶୋଧ କରିବି ବୁଦ୍ଧିବଣା ହେଇଯାଉଛି।

୭- ବୀର ଅମରେନ୍ଦ୍ର ପ୍ରତାପ ସିଂହ (ଜମିଦାର, କୋଲାବିରା) ଅନଜଳସେଚିତ ଅଂଚଳେଯାଗୁଁ ପ୍ରତିବର୍ଷ ଆମେ ପାଣି ଚାଷକାର୍ଯ୍ୟପାଇଁ ପାଣି ଅଭାବର ଶିକାର ହେଉଛୁ। ଯଦି କୋଲାବିରା ଗ୍ରାମ ଉପର ମୁଣ୍ଡରେ ଥିବା ଦୁଆନମୁଣ୍ଡା ଜଳାଶୟକୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର କରାଯାଇ ପୁର୍ନଉଦ୍ଧାର କରାଗଲେ କୋଲାବିରା ଅଂଚଳରେ ରବି ଏବଂ ଖରିଫ ଉଭୟ ଚାଷ ସୁଚାରୁ ରୁପେ ହୋଇପାରିବା ସହିତ ଅନିୟମିତ ବର୍ଷା ଜନିତ ସମସ୍ୟା ରୁ ମୁକ୍ତିମିଲିପାରନ୍ତା। କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଲେ ଆଗାମୀ ଦିନରେ ଜଳିୟ ସମସ୍ୟା ଦୁର ହୋଇପାରନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.