Home ଓଡ଼ିଶା ଅବ୍ୟବସ୍ଥା ଘେରରେ ଲଇକେରା ସମବାୟ କେନ୍ଦ୍ର ବ୍ୟାଙ୍କ, ଭିଡ ଯୋଗୁଁ ଚାଷୀ ହଟହଟା, କୋଲାବିରା ଅଚଳରେ...

ଅବ୍ୟବସ୍ଥା ଘେରରେ ଲଇକେରା ସମବାୟ କେନ୍ଦ୍ର ବ୍ୟାଙ୍କ, ଭିଡ ଯୋଗୁଁ ଚାଷୀ ହଟହଟା, କୋଲାବିରା ଅଚଳରେ ଅନ୍ୟ ଏକ ଶାଖା ଖୋଲିବାକୁ ଦାବି

128

କୋଲାବିରା, ୨୩।୭(ଓଡିଆ ପୁଅ/ ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକମାତ୍ର ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କରେ ଏକେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଚାଷୀ ମାନେ ୪/୫ଘଂଟା ଲେଖାଏଁ ଧାରି ଛିଡା ହେବାପରେ ମଧ୍ୟ ସେମାନଙ୍କର ନମ୍ବର ଆସୁନଥିବାରୁ ପରଦିନ ପୁଣି ଆସିବାକୁ ପଡୁଥିବା ନେଇ ଚାଷି ଅଭିଯୋଗ କରିଛନ୍ତି। କୋଲାବିରା, କିର୍ମିରା ଏବଂ ଲଇକେରା ତିନୋଟି ବ୍ଲକ ମଧ୍ୟରେ ଏକମାତ୍ର ସମବାୟ ବ୍ୟାଙ୍କ ହୋଇଥିବାରୁ ଏଠାରେ ପ୍ରାୟତ ଭିଡ ଲାଗିରହିଥାଏ। ଏବେ ଖରିଫ ଚାଷ ପାଇଁ ଲୋକେ କୃଷି ଋଣ ସାଙ୍ଗକୁ ଚାଷକାର୍ଯ୍ୟ ପାଇଁ ନଗଦ ଉଠାଣ ତଥା ଜମା ପାଇଁ ନାହିନଥିନା ହଟହଟା ଭୋଗିବାକୁ ପଡୁଥିବା ନେଇ ଚାଷୀ ମହଳରେ ତିବ୍ର ପ୍ରତିକ୍ରୀୟା ଦେଖାଦେଇଛି। ବିଲବାଡି କାମ ଛାଡି ଲୋକେ ଦିନଦିନ ଧରି ଲାଇନରେ ଛିଡା ହୋଇ ମଧ୍ୟ ଫେରିଯାଉଥିବାର ଅଭିଯୋଗ ହେଉଛି। କୋଲାବିରା ବ୍ଲକ ଏବଂ ଲଇକେରା ବ୍ଲକରେ ୪ଟି ଲେଖାଏଁ ସେବା ସମବାୟ ସମିତି ରିଥିବା ବେଳେ କିର୍ମିରା ବ୍ଲକରେ ୩ଟି ସେବା ସମବାୟ ସମିତି ରହିଛି। ଲଇବେରା ସମବାୟ ବ୍ୟାଙ୍କ ଅଧିନରେ ମୋଟ ୧୧ଟି ସମବାୟ ସମିତି ରହିଥିବା ବେଳେ ପଂଜିକୃତ ଗ୍ରହକ ସଂଖ୍ୟା ପାଖାପାଖି ୧୨ହଜାର୫ଶହ ସେଥି ମଧ୍ୟରୁ ୮ହଜାର ୫ଶହ ଜଣ ନିୟମିତ ଚାଷୀ ଗ୍ରାହକ ଅଛନ୍ତି। ଏତେ ପରିମାଣରେ ଚାଷୀ ଉପଭୋକ୍ତ ରହିଥିବା ବେଳେ ଏସଡିସିସି ବ୍ୟାଙ୍କ ଲଇକେରା ଶାଖାରେ ତଦନୁଯାୟୀ ଆନୁସାଙ୍ଗିକ ବ୍ୟବସ୍ଥା ନଥିବା ଜଣାପଡିଛି। ଏକ ମାତ୍ର କେସ କାଉଂଟର ରହିଥିବା ବେଳେ ଷ୍ଟାଫ୍ ସମସ୍ୟା ରହିଛି। ତାଛଡା ଏଠାରେ ବ୍ୟାଙ୍କ ଏଟିଏମ ଟିଏ ମଧ୍ୟ ନାହିଁ। ତେଣୁ ସଂଖ୍ୟାଧିକ ଗ୍ରାହକଙ୍କ ଭିଡକୁ ସମ୍ଭାଲିବାକୁ କୈାଣସି ସୁଯୋଗ ନାହିଁ। ଚାଷୀ ମାନେ ୪/୫ଘଂଟା ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବାକୁ ପଡୁଛି। ବହୁ ଚାଷୀ ଭିଡ ଏବଂ ଧାଡି ଦେଖି ଫେରିଯାଉଛନ୍ତି। ଏବେ ଖରିଫ ଚାଷକାର୍ଯ୍ୟ ପୁରା ଯୋରରେ ଚାଲିଥବା ବେଳେ ଚାଷ କାର୍ଯ୍ୟପାଇଁ ଚାଷୀଙ୍କ ଟଙ୍କାର ଅବଶ୍ୟକ ପଡୁଛି। ତେଣୁ ନଗଦ ଲେଣ ଦେଣ ପାଇଁ ବ୍ୟାଙ୍କରୁ ଦୈାଡୁଛନ୍ତି ଚାଷୀ। ତାଛଡା ଏବେ କୃଷି ଋଣ ସମୟ ହୋଇଥିବାରୁ ବ୍ୟାଙ୍କ ଶାଖାରେ ଆଶାତିତ ଭିଡ ପରିଲକ୍ଷିତ ହେଉଛି। ପ୍ରତିଦିନ ୩/୪ଶହ ଚାଷୀ କାରବାର ପାଇଁ ଏହି ଶାଖା ଉପରେ ନିର୍ଭର କରୁଛନ୍ତି। ଏପରି ସ୍ଥଲେ କୋଲାବିରା ବ୍ଲକର ପରମାଣପୁର ସମବାୟ ସମିତିର ଚାଷୀ ଦୀର୍ଘ ୨୫ କିଲୋମିଟର ଦୂର ଲଇକେରା ଶାଖାକୁ ଯାଇ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ତେଣୁକରି ଚାଷୀଙ୍କ ଭିଡ ତଥା ନିତ୍ୟାବଶ୍ୟକକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟଙ୍କର ଆଉ ଏକ ଶାଖା କୋଲାବିରା ଅଂଚଳରେ ଖୋଲାଯିବାକୁ ପଂଜିକୃତ ଉପଭୋକ୍ତା ମହଳରେ ଦାବି ହେଉଛି।

ଅନ୍ୟପକ୍ଷରେ ବ୍ୟାଙ୍କ କର୍ତୃପକ୍ଷଙ୍କ କହିବାନୁଯାୟୀ ବ୍ୟାଙ୍କରେ କର୍ମଚାରୀ ଅଭାବ ଏବଂ ଏଟିଏମ ବ୍ୟବସ୍ଥା ନଥିବାରୁ ଗ୍ରାହକଙ୍କୁ ହଇରାଣ ହେବାକୁ ପଡୁଛି। ଚାଷୀଙ୍କ ଖରିଫ ଚାଷ ପାଇଁ ଋଣ ଋଣ ପ୍ରଦାନ ପ୍ରକ୍ରିୟା ଚାଲୁଥିବାରୁ ଭିଡ ଅଧିକ ହେଉଛି। ତେବେ ଚାଷିଙ୍କ ଦାବି ବିଷୟରେ ଉପରସ୍ଥ ଅଧିକାରୀଙ୍କ ଅବଗତ କରେଇବା ସହ ଅବଶ୍ୟକ ସଂଖ୍ୟକ କର୍ମଚାରୀ ପାଇଁ ଜଣେଇଥବା ପ୍ରକାଶ କରିଛନ୍ତି।

୧- ଶ୍ରୀମାନ ବୁନ୍ଦେ ଧୁରୁଆ, (ଚାଷୀ ତଥା ସମ୍ମିଲିତ ଆଦିବାସୀ ସମାଜ ଝାରସୁଗୁଡା ଶାଖା ସଭାପତି)- ବ୍ୟାଙ୍କକୁ ମୁଁ ଟଙ୍କା ଉଠାଣ ପାଇଁ ଆସିଥିଲି, ମାତ୍ର ଏଠାରେ ଯେତେ ସଂଖ୍ୟାରେ ଚାଷୀ ମାନେ ଧାଡିରେ ଛିଡା ହୋଇଥିଲା ତାହା ଦେଖି ଆଶ୍ଚର୍ଯ୍ୟ ଲାଗିଲା। ମୁଁ ବାଧ୍ୟ ହୋଇ ଫେରି ଆସିଥିଲି। ଲଇକେରା ଶାଖାରେ ଗ୍ରାହକଙ୍କ ସଂଖ୍ୟା ଅନୁପାତରେ ବ୍ୟବସ୍ଥା ତଥା ଭିତିଭୂମୀର ଅଭାବ ରହିଛି ତେଣୁକରି କୋଲାବିରା ବ୍ଲକ ଅଂଚଳ ଏଠାରୁ ଦୂର ହେଉଥିବାରୁ ସେଠାରେ ଏକ ଶାଖାର ସ୍ଥାପନାର ଆବଶ୍ୟକ ରହିଛି। ଏକଥା ମୋର ଏକାନ୍ତ ବ୍ୟକ୍ତିଗତ ମତ ନୁହେଁ ବରଂ କୋଲାବିରା ବ୍ଲକ ଅଂଚଳର ଚାଷୀଙ୍କ ଦାବି।

୨- ଶ୍ରୀମାନ ଭବାନୀ ଶଙ୍କର ସାହୁ ( ଚାଷୀ ତଥା କଋଷକ ସଂଘ ସଭ୍ୟ, କିର୍ମିରା ବ୍ଲକ)ଲଇକେରା ଠାରେ ଥରବା ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲାଇକେରା ଶାଖାରେ ଗ୍ରାହକ ସଂଖ୍ୟା ଯଥେଷ୍ଟ ବେଶୀ ଥରବାରୁ ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କୋଲାବିରା କିମ୍ବ କିର୍ମିାର ବ୍ଲକ ଅଂଚଳରେ ଆଉ ଏକ ଶାଖାର ଆବଶ୍ୟକ ରହିଛି। ଆଉ ଏକ ଶାଖାର ସ୍ଥାପନା ଦ୍ୱାରା ଚାଷୀ ମାନେ ଆହୁରୁ ଅନେକ ସୁବିଧା ସୁଯୋଗ ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.