Home ଅପରାଧ ସ୍ପା ସେଣ୍ଟରରୁ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ!

ସ୍ପା ସେଣ୍ଟରରୁ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ!

147

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲୀବାୱାଲଙ୍କୁ ହତ୍ୟା ଧମକ ମିଳିଛି।ଏ’ ନେଇ ସ୍ୱାତୀ ଦିଲ୍ଲୀ ପୋଲିସ କମିଶନରଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।ସ୍ୱାତୀ କହିଛନ୍ତି ଦିଲ୍ଲୀରେ ସ୍ପା ସେଣ୍ଟର ଏବଂ ମ୍ୟାସେଜ ପାର୍ଲର ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଯୋଗୁଁ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଦିଆଯାଉଛି।ସ୍ୱାତୀ କହିଛନ୍ତି, ସ୍ପା ସେଣ୍ଟର ଗୁଡ଼ିକରେ ବେଶ୍ୟାବୃତ୍ତି ଚାଲିଛି।୧୦/୧୨ ଜଣ ପ୍ରଭାବଶାଳୀ ଲୋକ ଏହାକୁ ଚଲାଉଛନ୍ତି।ସ୍ୱାତୀ କହିଛନ୍ତି ତାଙ୍କ ସ୍ୱାମୀ ଜୟହିନ୍ଦଙ୍କ ହ୍ଵାଟ୍ସଆପକୁ କେତେକ ସ୍ପା ସେଣ୍ଟର ମାଲିକ ଧମକପୂର୍ଣ୍ଣ ମେସେଜ୍ କରିଛନ୍ତି।ଏହା ସହ ମହିଳା ହେଲ୍ପ ଲାଇନ୍ ନମ୍ବର ୧୮୧ କୁ ମଧ୍ୟ ଧମକପୂର୍ଣ୍ଣ ଫୋନ ଆସୁଛି।ସ୍ୱାତୀ କହିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଏବଂ ଆକ୍ରମଣ କରିବାର ସିଧା ଧମକ ଦିଆଯାଉଛି।//ଦେବଦତ୍ତ ରଥ

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.