Home ଓଡ଼ିଶା ନିର୍ଭୟା କେସ୍ : ଅଲଗା ଅଲଗା ଫାଶୀ ଦେବା ମାମଲାର ଶୁଣାଣି ୧୧ ଫେବ୍ରୁଆରୀରେ କରିବେ...

ନିର୍ଭୟା କେସ୍ : ଅଲଗା ଅଲଗା ଫାଶୀ ଦେବା ମାମଲାର ଶୁଣାଣି ୧୧ ଫେବ୍ରୁଆରୀରେ କରିବେ ସୁପ୍ରୀମ କୋର୍ଟ

155

ନୂଆ ଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ନିର୍ଭୟା ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବା ମାମଲାରେ ଆସନ୍ତା ୧୧ ଫେବ୍ରୁଆରୀରେ ଶୁଣାଣି କରିବେ ସୁପ୍ରୀମ କୋର୍ଟ। ଦିଲ୍ଲୀ ଏବଂ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରୀମ କୋର୍ଟରେ ଅପିଲ କରିଥିଲେ। ଆଜି ଏହାର ଶୁଣାଣି କୁ ଆସନ୍ତା ୧୧ ତାରିଖକୁ ଘୁଞ୍ଚାଇ ଦାଇଯାଇଛି।

ସୂଚନାଯୋଗ୍ୟଯେ, ୨୦୧୨ ରେ ଦିଲ୍ଲୀର ୨୩ ବର୍ଷୀୟ ପାରା ମେଡ଼ିକାଲ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ଚାରି ଜଣ ଦୋଷୀଙ୍କୁ ଗତ ଏକ ଫେବ୍ରୁଆରୀରେ ଫାଶୀ ଦେବା ପାଇଁ ଦ୍ୱିତୀୟଥର ଡେଥ ୱାରେଣ୍ଟ ଜାରୀ କରିଥିଲେ ଦିଲ୍ଲୀର ପାଟିଆଲା ହେଉସ୍ କୋର୍ଟ। କିନ୍ତୁ ଏହି ଚାରି ଦୋଷୀମାନଙ୍କ ମଧ୍ୟରୁ କେବଳ ଜଣେ ଦୋଷୀ ମୁକେଶ ସିଂହର ସମସ୍ତ ଆଇନ ଗତ ବିକଳ୍ପ ସମାପ୍ତ ହୋଇଥିଲା। କିନ୍ତୁ ଅନ୍ୟ ତିନିଜଣ ଦୋଷୀଙ୍କର ଆଇନ ଅନୁଯାୟୀ ବିକଳ୍ପ ବାକିଥିବାରୁ ପାଟିଆଲା ହାଉସ୍ କୋର୍ଟ ଏହି ଫାଶୀଦଣ୍ଡ ଉପରେ ଜାରୀ କରାଯାଇଥିବା ଡେଥ ୱାରେଣ୍ଟକୁ ଆସନ୍ତା ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି ଆଦେଶ ବିରୁଦ୍ଧରେ ଦିଲ୍ଲୀ ହୋଇକୋର୍ଟ ପହଁଚିଥିଲେ କେନ୍ଦ୍ର ସରକାର। କିନ୍ତୁ ଦିଲ୍ଲୀ ହାଇକୋର୍ଟ ପାଟିଆଲା ହାଉସ୍ କୋର୍ଟର ଆଦେଶକୁ ଠିକ ବୋଲି ମାନିଥିଲେ ଏବଂ କେନ୍ଦ୍ରର ଯାଚିକାକୁ ଖାରଜ କରିବା ସହିତ ଫାଶୀ ଏକ ସାଙ୍ଗରେ ଦିଆଯିବ ବୋଲି କହିଥିଲେ। ଅର୍ଥାତ୍ ଦିଲ୍ଲୀ ହାଇକୋର୍ଟ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ ବୋଲି କହି କେନ୍ଦ୍ରର ଯାଚିକାକୁ ଖାରଜ କରିଦେଇଥିଲେ। ଏହା ସହିତ କେବଳ ଏକ ସପ୍ତାହ ମଧ୍ୟରେ ସମସ୍ତ ଆଇନ ଅନୁଯାୟୀ ବିକଳ୍ପକୁ ସମାପ୍ତ କରିବା ପାଇଁ ଦୋଷୀମାନଙ୍କୁ ଆଦେଶ ଦେଇଥିଲେ।

ଇତି ମଧ୍ୟରେ ଆଉଜଣେ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି। ତେବେ ଯେଉଁମାନଙ୍କର ଆଇନ ଅନୁଯାୟୀ ସମସ୍ତ ବିକଳ୍ପ ସମାପ୍ତ ହୋଇଯାଇଛି ସେମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସୁପ୍ରୀମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏବଂ ସେହି ଦୋଷୀମାନଙ୍କ ପାଇଁ ବ୍ଲାକ ୱାରେଣ୍ଟ ଜାରୀ କରାଇବା ପାଇଁ ଆବେଦନ କରିଛନ୍ତି। ଏହାର ଶୁଣାଣି ଆସନ୍ତା ୧୧ ତାରିଖରେ କରିବେ ସୁପ୍ରୀମ କୋର୍ଟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.