Home ଆମ ପର୍ବ ପର୍ବାଣୀ ଓଡ଼ିଆଣୀଙ୍କ ପର୍ବ: ସୁଦଶା ବ୍ରତ

ଓଡ଼ିଆଣୀଙ୍କ ପର୍ବ: ସୁଦଶା ବ୍ରତ

568

ଭୁବନେଶ୍ୱର: ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ,ତାହା ସୁଦଶା ବ୍ରତ ରୂପେ ପାଳିତ ହୋଇଥାଏ।ଏହିଦିନ ଲକ୍ଷ୍ମୀଙ୍କୁ ପୂଜା କରାଯାଏ।ସୁଦଶାର ଅର୍ଥ ଭଲ ସମୟ।ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ।ତେଣୁ, ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶଗୋଟି କଦଳୀ, ଦଶଗୋଟି ମଣ୍ଡା ସହିତ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ପୂଜା ହୋଇଥାଆନ୍ତି।ମହିଳାମାନେ ଏହିଦିନ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି।ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ।ଏହି ପର୍ବ ଓଡ଼ିଶାର ବିଶେଷତ୍ୱ।ଏବଂ ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାଆନ୍ତି।ଭାରତର ଅନ୍ୟ ରାଜ୍ୟରେ ଏହା ଦେଖାଯାଏ ନାହିଁ।

ବ୍ରତ କାହାଣୀ: –

ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ।ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ।କିନ୍ତୁ, ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ।ଏବଂ ବ୍ରତଦାନ ପରେ ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଥିଲେ।ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଥିଲା।//ଦେବଦତ୍ତ ରଥ

“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.