Home ଓଡ଼ିଶା ଫନିର ୬ ମାସ ପରେ: ଗଛ ଡାଳ ପଡ଼ି ଛାତ୍ର ମୃତ

ଫନିର ୬ ମାସ ପରେ: ଗଛ ଡାଳ ପଡ଼ି ଛାତ୍ର ମୃତ

350

ଭୁବନେଶ୍ୱର: ଗତ ଏପ୍ରିଲ ୬ ତାରିଖରେ ହୋଇଥିବା ବାତ୍ୟା ଫନିର ପ୍ରଭାବ ୬ ମାସ ପରେ ଏବେ ଦେଖିବାକୁ ମିଳିଛି।ଫନି ପ୍ରଭାବରେ ଭାଙ୍ଗି ଦୁର୍ବଳ ହୋଇ ପଡ଼ିଥିବା ଏକ ଆମ୍ବଗଛ ଡାଳ ପଡ଼ି ଜଣେ ଦୂତିୟ ଶ୍ରେଣୀ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି।ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା କ୍ଷେତ୍ରବାସୀ ଏକାଡେମୀ ନିରାକାରପୁର ହାଇସ୍କୁଲ ପରିସର ମଧ୍ୟରେ।ଫନି ପରେ ପାଣ୍ଡବପାଟଣା ପ୍ରାଥମିକ ସ୍କୁଲ ଭାଙ୍ଗି ରୄଜି ଯାଇଥିବା ଯୋଗୁଁ ସେହି ସ୍କୁଲର ପିଲା ନିକଟସ୍ଥ କେ.ବି ଏକାଡେମୀ ନିରାକାରପୁର ହାଇସ୍କୁଲରେ ଥିବା ବାତ୍ୟା ଆଶ୍ରୟ ଗୃହରେ ପଢ଼ୁଥିଲେ।ସେହି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ର ରିତେଷ କୁମାର ପ୍ରଧାନ, ହାଇସ୍କୁଲ ପରିସରରେ ଥିବା ଏକ ଆମ୍ବ ଗଛ ତଳେ ଠିଆ ହୋଇଥିବା ବେଳେ ଅଧା ଛିଣ୍ଡି ଦୁର୍ବଳ ଅବସ୍ଥାରେ ଥିବା ଏକ ଡାଳ ତାଙ୍କ ଉପରେ ପଡ଼ିଯିବାରୁ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଛି।ଗୁରୁତ୍ୱର ଆହତ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଛାତ୍ର ଜଣଙ୍କ ନିରାକାରପୁର ଷ୍ଟେସନ ବଜାର ଅଞ୍ଚଳର ନବ କିଶୋର ପ୍ରଧାନଙ୍କ ପୁଅ ବୋଲି ଜଣାପଡ଼ିଛି।ଫନି ପରେ ଅଧା ଛିଣ୍ଡି ରହିଥିବା ଗଛ ଡାଳଗୁଡ଼ିକୁ କାହିଁକି ସଂପୂର୍ଣ୍ଣ ଉଚ୍ଛେଦ କରାନଗଲା ଏବଂ ଏଥି ପାଇଁ କିଏ ଦାୟୀ, ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନାଯୋଗ୍ୟ ଯେ ଏହିପରି ଏକ ଘଟଣାରେ ବାତ୍ୟା ହୁଡୁହୁଡୁ ପରେ ବ୍ରହ୍ମପୁର ୟୁନିଭରସିଟି, ଭଞ୍ଜବିହାର ପରିସରରେ ଥିବା ଏକ ବରଗଛର ଅଧା ଛିଣ୍ଡି ରହିଥିବା ଡାଳ ବାତ୍ୟାର ଅନେକ ଦିନ ପରେ ଛିଣ୍ଡି ପଡ଼ି ରଙ୍ଗେଇଲୁଣ୍ଡା ଅଞ୍ଚଳର ଜଣେ ସ୍କୁଟି ଆରୋହୀ ଯୁବତୀଙ୍କର ମୃତ୍ୟୁ ଘଟିଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.